News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ନଇଁ ଯାଇଥିବା ସହିଦ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ମରାମତି କରାଇଲେ ପ୍ରଶାସନ

ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି ଥାଏ ।

ଆମ ଜିଲ୍ଲାର ସହିଦ ମାନଙ୍କ ସମ୍ମାନାର୍ଥେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଏକ ସହୀଦ ସ୍ମୃତି ସ୍ତମ୍ଭ ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ରକ୍ଷଣାବେକ୍ଷଣ ଅଭାବରୁ ସ୍ମୃତି ପୀଠ ଉପରେ ଥିବା ବନ୍ଧୁକର ପ୍ରତିମୃତ୍ତି ଭାଙ୍ଗି ବିଜୁଳି ତାର ସହାୟତାରେ ଠିଆ ହୋଇଥିଲା ,ସତେ ଯେପରି ଏଥିପ୍ରତି କାହାର ଧ୍ୟାନ ନଥିଲା ।

ଏ ନେଇ ଡିସେମ୍ବର ୧୦ ତାରିଖରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଯାଇଥିଲା । ପରେ ପ୍ରଶାସନ ତୁରନ୍ତ ତତ୍ପର ଦେଖାଇ ସ୍ମୃତି ସ୍ତମ୍ଭ ଟି ଠିକ୍ କରାଇଛନ୍ତି । ଆଗକୁ ଏହାର ଅସମ୍ମାନ ନହୋଇ ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ଆଶା କରାଯାଉଛି ।

new life
You might also like
error: Content is protected !!