News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ବାପା-ମା’ ଛେଉଣ୍ଡ ୩ ଶିଶୁ ଙ୍କ ନିକଟରେ ପହଁଚିଲା ପ୍ରଶାସନ ;ଯିବେ ଶିଶୁ ପ୍ରଯତ୍ନ ଅନୁଷ୍ଠାନ

କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ।

ଦୁନିଆ କ’ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ ବୋଝ।

ସେ ବି କେତେ ଦିନ ଆଉ ବୃଦ୍ଧ ବୟସରେ ତିନି ପିଲାଙ୍କର ବୋଝ ବୋହିବେ? କାମାକ୍ଷାନଗର ବ୍ଲକ ଗାଙ୍ଗିଯୋଡି ଗାଁ ର ସ୍ବର୍ଗତ ପ୍ରିୟତନ ନାଏକଙ୍କ ତିନି ସନ୍ତାନ, ବଡ଼ ପୁଅ କ୍ରାନ୍ତି ନାଏକ (୧୨), ସାନ ପୁଅ ରାଜେଶ ନାଏକ (୯) ଓ ଝିଅ ପ୍ରିୟଙ୍କା ନାଏକ(୬)।

ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ବିଶ୍ୱଜିତ ନାୟକ ଦାବି ଅନୁଯାୟୀ ଗତ ବର୍ଷ ଡିସେମ୍ବର ୩୦ ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହେବା ସହ ପେଶାସନ ର ଅବଗତ କରାଯାଇଥିଲା ।

ଘଟଣା କୁ ଗୁରୁତ୍ୱ ଦେଇ ଜିଲ୍ଲା ଚାଇଲ୍ଡ ଲାଇନ ର ସଦସ୍ୟ ମାନେ ଏହି ତିନି ଶିଶୁ ଙ୍କ ନିକଟରେ ପହଁଚି ତାଙ୍କର ସୁବିଧା ଅସୁବିଧା ବୁଝି ଥିଲେ । ଏହି ୩ ଶିଶୁ ଙ୍କୁ ଶିଶୁ ପ୍ରଯତ୍ନ ଅନୁଷ୍ଠାନରେ ରଖାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ସୋମବାର ଦିନ ତାଙ୍କୁ ଅଣାଯାଇ ଆଦୃତା କିମ୍ବା ମହର୍ଷି ଦୟାନନ୍ଦ ଶିଶୁ ଭବନ ରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।

new life
You might also like
error: Content is protected !!