News
WhatsApp Image 2023-10-04 at 17.25.00
samparksetu

ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଭୁଲିଗଲା ପୁଅ ; ବାପା ଓ ମା ଙ୍କୁ କଲା ମରଣାନ୍ତକ ଆକ୍ରମଣ !

ଘର ଭାଗବଣ୍ଟାକୁ ନେଇ ଉଭୟ ବାପା ଓ ମା ଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁଅ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ଥ ପାଣିଗେଙ୍ଗୁଟିଆ ଗାଁରେ।

ସୂଚନା ମୁତାବକ ପାଣିଗେଙ୍ଗୁଟିଆ ଗାଁର ଭଜମନ ନାୟକ ସ୍ତ୍ରୀ ଦୁହିତା ନାୟକ ପାରିବାରିକ କଳହରୁ କିଛିଦିନ ହେବ ନିଜ ସାନ ପୁଅ ଅନ୍ତର୍ଯ୍ୟାମୀ ଙ୍କ ଠାରୁ ଅଲଗା ରହିଆସୁଥିଲେ।

ତେବେ ଘର ଭାଗ ବଣ୍ଟାକୁ ନେଇ ସୋମବାର ଉଭୟ ସାନ ପୁଅ ଓ ବହୁଙ୍କ ସହ ଭଜମନ ଓ ସ୍ତ୍ରୀ ଦୁହିତାଙ୍କର ବଚସା ଓ ପାଟିତୁଣ୍ଡ ହୋଇଥିଲା। ଯାହାକି ଉଭୟ ଙ୍କ ମଧ୍ୟରେ ହାତ ହାତୀ ମଧ୍ୟ ହୋଇଥିଲେ ।

ଘଟଣାପରେ ସାନ ପୁଅ ନିଜ ଶଶୁର ଘର ଲୋକଙ୍କୁ ଡ଼ାକି ସମସ୍ତେ ମିଶି ଉଭୟ ବୃଧ ଦମ୍ପତିଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ।ଘଟଣାରେ ଉଭୟ ପକ୍ଷ ଆହତ ହୋଇଥିଲେ ।ତେବେ ବୃଦ୍ଧା ଦୁହିତା ନାୟକଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲ। ।

new life
You might also like
error: Content is protected !!