News
WhatsApp Image 2023-10-04 at 17.25.00
samparksetu

ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବ ନେଇ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଂଚାୟତ ଅନ୍ତର୍ଗତ ନିମଡିହ ଗାଁରେ ଶିବ ଲିଙ୍ଗ ଆବିର୍ଭାବକୁ ନେଇ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ଲୋକମାନେ ନୀତିକାନ୍ତିରେ ଶିବ ଲିଙ୍ଗକୁ ପୂଜାର୍ଚ୍ଚନା କରିଥିଲେ । ସଂକୀର୍ତ୍ତନ ,ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

ସୂଚନା ଅନୁଯାୟୀ , ଆଜି ଭୋର ସମୟରେ ଗାଁର କିଛି ମହିଳା ଗାଧୋଇବା ପାଇଁ ଗାଁ ପାଖ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲକୁ ଯାଉଥିଲେ । ଗାଁ ଶନି ମନ୍ଦିର ସମ୍ମୁଖରେ ଥିବା ପଡିଆରେ ଏକ ଉଜ୍ଜ୍ୱଳ ଆଲୋକ ଜଳୁଥିବା ନେଇ ଲୋକଙ୍କ ମନରେ ଦେଖିବା ପାଇଁ କୌତୁହଳ ସୃଷ୍ଟି ହୋଇଥିଲା ।

ତେବେ କିଛି ମହିଳା ପ୍ରଥମେ ଦେଖି ଡରି ଯାଇଥିଲେ । ପରେ ସେଠାରେ ଏକ ଶିବ ଲିଙ୍ଗ ଉଭା ହୋଇଥିବା ନେଇ ଗ୍ରାମବାସୀଙ୍କୁ ଜଣେଇଥିଲେ । ଖବରଟି ଗାଁରେ ପ୍ରଘଟ ହେବା ପରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ମାନେ ପୂଜାର୍ଚ୍ଚନା କରିବା ସହ ମେରୁ ଭଳି ଏକ ପବିତ୍ର ଦିନରେ ଶିବ ଲିଙ୍ଗ ଆବିର୍ଭାବ ହେବା ଗାଁ ପାଇଁ ଶୁଭଙ୍କର ବୋଲି ଗ୍ରାମବାସୀ କହିଥିଲେ । ଶିବଲିଙ୍ଗକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ସେହି ଠାରେ ଏକ ଶିବ ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ସ୍ତିର କରିଛନ୍ତି । ଏଥିପାଇଁ ସରକାରଙ୍କ ସହଯୋଗ ଲୋଡ଼ା ବୋଲି ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚ ସଞ୍ଜୟ ରାଉତ କହିଛନ୍ତି ।

new life
You might also like
error: Content is protected !!