News
WhatsApp Image 2023-10-04 at 17.25.00
samparksetu

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ କିନ୍ତୁ ଗତ ବର୍ଷ ଅଗ୍ନିକାଣ୍ଡ ରେ ସର୍ଵଶ୍ୱ ହରାଇଥିବା ପରିବାରକୁ ମିଳିଲାନି ସହାୟତା

ଗ୍ରୀଷ୍ମ ଗଲା! ବର୍ଷା ଗଲା! ଆଉ ଏବେ ହାଡ଼ଭଙ୍ଗା ଶୀତ! ଗତ ବର୍ଷ ହୋଲି ବେଳେ ଅଗ୍ନିକାଣ୍ଡ ଘଟି ଚାରି ଚାରିଟି ପରିବାର ସର୍ବସ୍ବାନ୍ତ ହରାଇ ବସିଛନ୍ତି। ଦୀର୍ଘ ଦିନ ହେଲା ପିଲାଛୁଆ ଧରି ପଲିଥିନ ତଳେ ଜୀବନ ବିତାଇବାକୁ ପଡୁଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ ଶାଳପଡା ଗାଁ ର ଧର୍ମାନନ୍ଦ ନାଏକ ଓ ଦିବାକର ନାଏକ। ଦିବାକର ଙ୍କର ଦୁଇ ପୁଅ ବିବାହିତ। ଦିବାକର ଓ ତାଙ୍କ ଦୁଇ ପୁଅଙ୍କର ପରିବାର ୧୦ ଜଣ ଏବଂ ଧର୍ମାନନ୍ଦଙ୍କର ୪ ଜଣ ପରିବାର ସଦସ୍ୟ ଏବେ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି। ଗରିବ ଶ୍ରେଣୀର ହୋଇଥିବାରୁ ଘର ଖଣ୍ଡିଏ କରିବା ଦୂର କଥା ଦୁଇ ବେଳା ପେଟକୁ ଦାନା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ। ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ।

new life
You might also like
error: Content is protected !!