News
WhatsApp Image 2023-10-04 at 17.25.00
samparksetu

ଖାକିରେ ଲାଗିଲା କଳଙ୍କ ଚାକିରୀ ବାହାନାରେ ଟଙ୍କା ହଡ଼ପ ଅଭିଯୋଗରେ ବନ୍ଧାହେଲେ ହୋମଗାର୍ଡ !

ପୁଣି ଲାଗିଲା ଖାକିରେ କଳଙ୍କ । ଲୋକଙ୍କୁ ହୋମଗାର୍ଡ ଚାକିରୀ କରାଇଦେବା ପାଇଁ କହି ଟଙ୍କା ହଡ଼ପ କରୁଥିବା ଜଣେ ହୋମଗାର୍ଡଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ଆସିବା ପରେ ଏବେ ହୋମଗାର୍ଡ ଜଣକ ହରଡ଼ଘଣାରେ ପଡିଛନ୍ତି । ଆଜି ତାଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି ।

ଗିରଫ ହୋଇଥିବା ହୋମଗାର୍ଡଙ୍କ ନାମ ଜଗବନ୍ଧୁ ପରିଡା ଓରଫ ଜଗା । ଦୀର୍ଘ ସାତବର୍ଷ ଧରି ସେ ହୋମଗାର୍ଡ ଚାକିରୀ କରୁଥିବା ବେଳେ ପ୍ରଥମେ ଟାଉନଥାନା ଓ ବର୍ତ୍ତମାନ ସେ କାମାକ୍ଷାନଗର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ନିଜ ଚାକିରୀ କାଳ ମଧ୍ୟରେ ଜଗା କାମାକ୍ଷାନଗର ଓ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ଥିବା ଲୋକଙ୍କ ନିକଟରୁ ହୋମଗାର୍ଡ ଚାକିରୀ କରାଇଦେବା ଅର୍ଥ ହଡ଼ପ କରୁଥିଲେ ।

ଗତବର୍ଷ ନଭେମ୍ୱର ୨ରେ ଜଗା କାମାକ୍ଷାନଗର ଥାନା ଅନ୍ତର୍ଗତ ପୁରୁଣା ରେକୁଲା ଅଞ୍ଚଳର ନିରଞ୍ଜନ ପଟ୍ଟନାୟକଙ୍କୁ ହୋମଗାର୍ଡ ଚାକିରୀ କରେଇଦେବା କହି ତାଙ୍କ ଭାଇ ଅମିତଙ୍କ ଠାରୁ ନଗଦ ୨୦ହଜାର ଟଙ୍କା ନେଇଥିଲେ । ସେହିପରି ଗତମାସରେ ଢେଙ୍କାନାଳ ଟାଉନଥାନା ଅଞ୍ଚଳର ତ୍ରୈଲୋକୀୟ ମଲ୍ଲିକଙ୍କୁ ଚାକିରୀ ଦେବା ଲାଳସା ଦେଖାଇ ସମାନ ୨୦ ହଜାର ଟଙ୍କା ନେଇଥିଲେ ।

ସମୟ ଗଡୁଥିବାରୁ ଦୁହେଁ ଜଗାଙ୍କୁ ଦେଖାକରିବାକୁ ଚାହୁଁଥିଲେ ହେଁ ଜଗା ତାଙ୍କୁ କୌଣସି ନା କୌଣସି ବାହାନା ଦେଖାଇ ଦୁରେଇ ଯିବା ସହ ସେମାନଙ୍କ ଫୋନ ମଧ୍ୟ ଗ୍ରହଣ କରୁନଥିଲା । ମାସାଧିକ କାଳ ଅପେକ୍ଷା କରିବା ପରେ ଦୁହେଁ ଜାଣିବାକୁ ପାଇଲେ ଯେ, ଜଗା ଜଣେ ଠକ ପ୍ରକୃତିର ଲୋକ । ଯାହା ଶୁଣିବା ପରେ ଅମିତ ଆଜି  କାମାକ୍ଷାନଗର ଥାନାରେ  ଠକ ହୋମଗାର୍ଡ ଙ୍କ ନାମରେ ଅଭିଯୋଗ ଦାୟର କରିଛନ୍ତି। ସେହିପରି ତ୍ରୈଲୋକୀୟ ମଧ୍ୟ ଢେଙ୍କାନାଳ ଟାଉନ ଥାନାରେ ଅନ୍ୟ ଅଭିଯୋଗ କରିଛନ୍ତି ।

ତେଵେ ଅଭିଯୋଗ ପାଇବା ପରେ ଟାଉନଥାନା ପୁଲିସ ଜଗାକୁ ଗିରଫ କରିଛି ।

new life
You might also like
error: Content is protected !!