News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ବି ଚେତା ପଶିଲା ନାହିଁ ;ଭାଙ୍ଗିଲା ପୋଲର କାନ୍ଥ !

ଜିଲ୍ଲା ପୂର୍ତ୍ତ ବିଭାଗ ଦୁର୍ନୀତିର ସୀମା ପାର ହୋଇଗଲାଣି! ନିମ୍ନ ମାନର ଗୋଟିଏ ପରେ ଗୋଟିଏ ରାସ୍ତାର ନିର୍ମାଣ କାର୍ଯ୍ଯ ସବୁ ଦୁର୍ନୀତିକୁ ପଦାରେ ପକାଇ ଦେଇଛି।

କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା- ପଣ୍ଡୁଆ ପୂର୍ତ୍ତ ବିଭାଗ ରାସ୍ତାର ଗୁଡିଆନାଳି ନାଳ ଉପରେ କିଛି ଦିନ ତଳେ ପୋଲ ନିର୍ମାଣ ହୋଇଥିଲା। ପୋଲର କାମ ଶେଷ ବି ହୋଇ ନଥିଲା, ହେଲେ କାନ୍ଥ ଫାଟି ଆଁ କରିଥିଲା। ଆମେ ବିଷୟରେ ଖବର ପ୍ରକାଶ କରିଥିଲୁ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ହେଉ ବା ଲାଞ୍ଚ ନେଇ ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟକୁ ଅଣ ଦେଖା କରିଥିଲେ।

ପୂର୍ବରୁ ପ୍ରସାରିତ ଖବର

ଆମେ ଖବର ପ୍ରସାରଣ କରିବାର ମାସେ ନହେଉଣୁ କାନ୍ଥ ଗଳି ପଡ଼ିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କାମର ସ୍ଥାୟୀତ୍ବ କେତେ? ଏହାର ତଦନ୍ତ କରାଯାଇ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

new life
You might also like
error: Content is protected !!