News
WhatsApp Image 2023-10-04 at 17.25.00
samparksetu

ସଂଘବଦ୍ଧ ଆକ୍ରମଣ ;୩ଜଣ ଗୁରୁତର

ବାଡିରେ ଗାଇ ପସି ଫସଲ ଖାଇବାକୁ କେନ୍ଦ୍ର କରି ସଙ୍ଗବଦ୍ଧ ଭାବେ ଆକ୍ରମଣ। ନାବାଳକ ସମେତ ୩ ଗୁରୁତର। ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ କାମାକ୍ଷାନଗର ଥାନା ଜୟପୂରାକାଟେଣି ଗ୍ରାମରେ ଆଜି ସକାଳେ କାଳନ୍ଦୀ ପରିଡାଙ୍କ ବାଡ଼ିରେ ଗ୍ରାମର ଅନ୍ୟ ଜଣଙ୍କର ଗାଇ ପଶି ଫସଲ ଖାଇଥିଲା, ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଓ ପରେ କାଳନ୍ଦୀ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ।କାଳନ୍ଦି ଥାନାରେ ମାମଲା ଦେବା ପରେ ଅପର ପକ୍ଷର ଲୋକମାନେ ଉତକ୍ଷିପ୍ତ ହୋଇ କାଳନ୍ଦୀଙ୍କ ପରିବାର ଉପରେ ମାରଣାସ୍ତ୍ରରେ ସଙ୍ଘବଧ ଭାବରେ କରିଥିଲେ ଆକ୍ରମଣ ।ଯାହାଫଳରେ କାଳନ୍ଦୀଙ୍କ ସମେତ ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି ।ଯେଉଁଥିରେ ଜଣେ ନାବାଳକ ଥିବା ମଧ୍ୟ ଜଣାପଡିଛି।ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!