News
WhatsApp Image 2023-10-04 at 17.25.00
samparksetu

ବନବିଭାଗ ର ଚଢ଼ାଉ , ପଚାଶ ହଜାର ଟଙ୍କା ମୂଲ୍ୟର ଶାଳବହ୍ଲା ବୋଝେଇ ପିକଅପ ଜବତ

ବନବିଭାଗ ର ଚଢ଼ାଉ , ଶାଳ ବହ୍ଲା ବୋଝେଇ ପିକଅପ ଜବତ ସହ ଦୁଇ ଜଣ କୁ ଅଟକ ରଖିଛି ବନବିଭାଗ ।ଅଟକ ଦୁଇଜଣ ହେଲେ କଙ୍କଡାହାଡ ଥାନା ମୁଣ୍ଡାସାହି ର ସତ୍ୟାନନ୍ଦ ନାୟକ ଓ ରତ୍ନାକର ନାୟକ ।

ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ର ଏକ ଟିମ କଙ୍କଡାହାଡ ମୁଣ୍ଡାସାହି ରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏକ ପିକଅପ ଗାଡ଼ିରେ ଶାଳବହ୍ଲା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଗାଡି କୁ ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଛି ବନ ବିଭାଗ । ଜବତ ଶାଳବହ୍ଲା ର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ବନବିଭାଗ

new life
You might also like
error: Content is protected !!