News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରକାଶନ ପରେ ରସିକ ମୁଣ୍ଡାଙ୍କ ଚିକିତ୍ସା କରିବା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ଗ୍ରାମ ପଞ୍ଚାୟତ ଗୋପପୁର ଗାଁ ର ରସିକ ମୁଣ୍ଡା(୩୬) ୬ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଇଥିଲେ ।ଜଣେ ଗରିବ ଆଦିବାସୀ ଯୁବକ ଦିନେ ଖଟିଲେ ପରିବାର ଚଳେ ତା ପକ୍ଷରେ ଉତ୍ତମ ଚିକିତ୍ସା ପାଲଟି ଥିଲା ସାତ ସପନ ।ସେ ଯେଉଁ ଘରେ ରହୁଛନ୍ତି ସେ ଘର ଝାଟି ମାଟିର ଘର ।ଚିକିତ୍ସା ଅଭାବରୁ ନିଜ ଘର ପିଣ୍ଡା ରେ ଶଯ୍ୟାଶାୟୀ ରସିକ ।

ରସିକ ସ୍ତ୍ରୀ ୨୦୧୨ ମସିହାରେ ଆରପାରିକୁ ଚାଲି ଯାଇଥିବା ବେଳେ ଦୁଇ ଝିଅ ଗୀତା ମୁଣ୍ଡା(୧୩),ମଞ୍ଜୁ ମୁଣ୍ଡା(୧୦) ଖେଳ କୁଦ ପାଠ ପଢିବା ବୟସରେ ବାପା ରସିବ ଙ୍କ ଚିକିତ୍ସା ପାଇଁ ପରଘରେ କାମ କରି ବାପା ଙ୍କର ଯତ୍ନ ନେଉଛନ୍ତି । ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ଆଜି କଙ୍କଡ଼ାହାଡ଼ ବ୍ଲକ ତରଫରୁ ପିଏ ସୁରେଶ ଚନ୍ଦ୍ର ପଣ୍ଡା,ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ବେହେରା, କେରଜୁଳି ସରପଞ୍ଚ ରାଜକିଶୋର ସାହୁ ରସିକ ମୁଣ୍ଡା ଘରେ ପହଂଚି ଖାଦ୍ୟ ସାମଗ୍ରୀ ଦେଇଥିଲେ ।ପ୍ରଶାସନ ତରଫରୁ ତୁରନ୍ତ ରସିକଙ୍କୁ ଢେ଼ଙ୍କାନାଳ ମେଡ଼ିକାଲରେ ଚିକିତ୍ସା କରାଯିବା ସାଙ୍ଗକୁ ଏବେବି ଚିକିତ୍ସା ଜାରି ରହିଛି ।

ଆଜି ଢେ଼ଙ୍କାନାଳ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ରସିକଙ୍କ ପରିବାରକୁ ୫୦ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିବା ସାଙ୍ଗକୁ ଘରକୁ ଚାଉଳ ଆଉ ଅନ୍ୟାନ୍ୟ ଆନୁଷଙ୍ଗିକ ସାହାଯ୍ୟ କରିବା ସାଙ୍ଗକୁ ,ରସିକ ମୁଣ୍ଡା ଙ୍କ ଜଣେ ଝିଅ ଙ୍କୁ ରୋଡ଼ଙ୍ଗ ହଷ୍ଟେଲ ସ୍କୁଲ ରେ ପାଠ ପଢିବା ହଷ୍ଟେଲ ରେ ରହିବା ର ବ୍ୟବସ୍ଥା କରାଯାଇଛି ।ଅନ୍ୟଜଣେ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢିବେ ।ଜିଲ୍ଲାପାଳ କହିଛନ୍ତି ସମସ୍ତ ପ୍ରକାର ସାହାଯ୍ୟ କରାଯିବ ।ଆଜିର ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ବିଡ଼ିଓ ବୁଲବୁଲ ବେହେରା ଉପସ୍ଥିତ ଥିଲେ ।

new life
You might also like
error: Content is protected !!