News
WhatsApp Image 2023-10-04 at 17.25.00
samparksetu

ବାବା ଚନ୍ଦ୍ରଶେଖରଙ୍କ ହେବ ସୁନାବେସ, ଖୁବ ଶୀଘ୍ର ଆରମ୍ଭ ହେବ ଅନଲାଇନ ଡୋନେସନ ବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଦେବତ୍ତର ପକ୍ଷରୁ କପିଳାସ ପିଠରେ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କର ସୁନାବେଶ ପାଇଁ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କ ମଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ସଦର ସାଫଲ୍ୟ ମଣ୍ଡିତ ପ୍ରଧାନ,ଅତିରିକ୍ତ ଜିଲ୍ଲା ଶଶାଙ୍କ ଶେଖର ଦାସ, ଯୁବରାଜ ଅମର ଜ୍ୟୋତିସିଂହଦେଓ ଜିଲ୍ଲାପକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କମିଟିର ନିଷ୍ପତି ଅନୁଯାୟୀ ଶ୍ରଦ୍ଧାଳୁ ଓ ଭକ୍ତମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ସୂର୍ଣ୍ଣ ଓ ଅର୍ଥ ଦାନ କରିପାରିବେ । ରାଜ୍ୟ ଓ ଦେଶବିଦେଶର ଭକ୍ତମାନେ ଅନଲାଇନ ମାଧ୍ୟମରେ ସେମାନଙ୍କ ଦାନ ପଇଠ କରିପାରିବେ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି ।

ଅନ୍ୟପଟେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନାମରେ ଏକ ସ୍ଵତନ୍ତ୍ର ୱେବପୋଟଲ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କପିଳାସ ପିଠର ଉନ୍ନତି ପାଇଁ ନୂତନ ଯାତ୍ରା ପ୍ରତିକ୍ଷାଳୟ ନିର୍ମାଣ ଏବଂ ଧର୍ମଶାଳା ପ୍ରତିଷ୍ଠାପାଇଁ ସ୍ଥିର କରାଯାଇଛି। କପିଳାସ ଚନ୍ଦ୍ର ଶେଖର ଜିଉଙ୍କର ସଂପତି ରକ୍ଷଣାବ୍ୟକ୍ଷଣ ପାଇଁ ସମସ୍ତ ତହସିଲଦାରମାନଙ୍କୁ ତଦାରଖର ଦାୟୀତ୍ଵ ଦିଆଯାଇଛି।

new life
You might also like
error: Content is protected !!