News
WhatsApp Image 2023-10-04 at 17.25.00
samparksetu

କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗାଭ୍ୟାସ

ଏକ ଉନ୍ନତସମାଜ ର ପରିକଳ୍ପନା ଓ ବିକଶିତ ଢେଙ୍କାନାଳ ର ସ୍ବପ୍ନ ରେ ବିଭୋର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଠିତ “ପରିବର୍ତ୍ତନ – ଓଡିଶା”, ଢେଙ୍କାନାଳ ଦ୍ୱାରା କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଯୋଗା ଭ୍ୟାସ କରାଯାଇଥିଲା ।

ଢେଙ୍କାନାଳ ସହର ଉପକଣ୍ଠସ୍ଥ କଣ୍ଟାନାଳୀ ବାଇପାସ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ହିମାଳ ବସ୍ତି । ସେହିଠାରେ ରହୁଥିବା କିନ୍ନର ମାନଙ୍କ ମନରେ ଆତ୍ମ ପ୍ରତ୍ୟୟ ସୃଷ୍ଟି, ଯୋଗର ଉପାଦେୟତା ବୁଝାଇବା ଓ କରୋନା ମହାମାରି ରେ ନିଜକୁ ସୁରକ୍ଷିତ ରଖିବା, ସରକାରୀ ନିୟମ ଅନୁପାଳନ କରିବା ତଥା ସଚେତନତା ସୃଷ୍ଟି ନିମନ୍ତେ ରୋଟାରୀଆନ ରାଜକିଶୋର ବେହେରା ଙ୍କ ନେତୃତ୍ୱରେ ଯୁବ ସ୍ବେଛାସେବୀ ମାନେ ପହଞ୍ଚିଥିଲେ ସେମାନଙ୍କ ଗହଣରେ ।

ସେମାନଙ୍କ ବସ୍ତିକୁ ସମ୍ପୂର୍ଣ ବିଶୋଧନ କରାଯାଇଥିଲା । ଯୋଗ ଗୁରୁ ଶ୍ରୀ ପ୍ରଳୟ ଦାସ ସେମାନଙ୍କୁ ଯୋଗର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଯୋଗ ହେଉଛି ସୁସ୍ଥ ଜୀବନ ର ମୂଳମନ୍ତ୍ର ,ଏହା ଦ୍ୱାରା ଶାରୀରିକ ଓ ମାନସିକ ସନ୍ତୁଳନ ରକ୍ଷା ହୁଏ ।

ସେଠାରେ ସମସ୍ତ ଙ୍କ ଶରୀର ତାପମାତ୍ରା, ଆକ୍ସିଜେନ ମାପ କରାଯାଇଥିଲା । ସମସ୍ତଙ୍କୁ ଶାଢ଼ୀ, ଚପଲ, ମାସ୍କ, ସାନିଟାଈଜ଼ର, ହାତଧୁଆ ସାବୁନ, ବିସ୍କୁଟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ, ଧନ୍ଦା ମୂଳକ ଶିକ୍ଷା, କୌଶଳ ବିକାଶ ଓ ସ୍ଵ ରୋଜଗାର କ୍ଷମ ନିମନ୍ତେ ପରାମର୍ଶ ଦିଆଯାଇଥିଲା ।

ଏଥିରେ ଶିବ ପ୍ରାସାଦ ପଣ୍ଡା, ସୁଜିତ ନନ୍ଦ, ରାମେଶ୍ୱର ମାଈତି, ଚିନ୍ମୟ ଜେନା ,କାଦମ୍ବରୀ ମହାଖୁଡ଼, ରଶ୍ମିତା ରଥ, ଦିପୁନା ପ୍ରଧାନ, ବିକାଶ ସାହୁ , ଅରୂପ କୁମାର ପରିଜା ପ୍ରମୁଖ ସହଯୋଗ କରିଥିଲେ ।

new life
You might also like
error: Content is protected !!