News
WhatsApp Image 2023-10-04 at 17.25.00
samparksetu

ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ କୋହ୍ଲା ଗାଁ ର ଦୁର୍ଗା

ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ’ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଏମିତି ବି ସେ ରହୁଥିବା ବସ୍ତିକୁ ରାସ୍ତା ବି ନାହିଁ। ବ୍ଲକ କାର୍ଯ୍ୟାଳୟ କେବେ ଦେଖି ନାହାଁନ୍ତି।

ଯାହା କାମ ପଡେ କଟକ ଜିଲ୍ଲା ଟାଙ୍ଗି ବ୍ଲକ ହରିପୁର ଯାଆନ୍ତି। ଆଦିବାସୀ ସମ୍ପ୍ରଦାୟର ଦୁର୍ଗା, ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚନ୍ତି। ବୟସାଧିକ କାରଣରୁ ପୂର୍ବ ପରି ଆଉ କାମ କରି ପାରୁ ନାହାଁନ୍ତି। ଭତ୍ତା ପାଇବା ପାଇଁ ଯିଏ ବାବୁ ଭାଇ ତାଙ୍କ ଗାଁ କୁ ଯାଆନ୍ତି ବା ବାଟରେ ଘାଟରେ କାହାକୁ ଦେଖିଲେ ନେହୁରା ହୁଅନ୍ତି। ଶିକ୍ଷା ଓ ଗମନାଗମନ ପଛୁଆ ଥିବା ତାଙ୍କ ବସ୍ତିର ଅନେକ ଆଦିବାସୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

new life
You might also like
error: Content is protected !!