News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ରୋଗୀ ସେବା, ନାହାଁନ୍ତି ସ୍ଥାୟୀ ଡାକ୍ତର ରୋଗୀ ସେବା କରୁଛନ୍ତି ଷ୍ଟାଫ୍ ନର୍ସ

କଙ୍କଡାହାଡ ବ୍ଲକ ଏକ ଆଦିବାସୀ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ। କଙ୍କଡାହାଡ ବ୍ଲକର କେନ୍ଦ୍ର ସ୍ଥଳ ମହାବିରୋଡ ଠାରେ ୧୦ଟି ପଞ୍ଚାୟତର ମହାବିରୋଡ, ଦଶିପୁର, ପଙ୍ଗାତିରା,ଝିଲ୍ଲୀ, କୁଟୁରିଆ,ବାମ୍,ଗଡପଳାଶୁଣୀ,ବିରିବୋଲାଇ,ଚାନ୍ଦପୁର ,ଘାଗରାମୁଣ୍ଡାର ୭୦ ହଜାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା ପାଇଁ ୧୯୭୨ ମସିହାରେ ଏକ ଡାକ୍ତରଖାନା ସ୍ଥାପିତ ହୋଇଥିଲା।

ହେଲେ ଦୁଃଖର ବିଷୟ ଏହି ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର ସ୍ଥାୟୀ ଭାବରେ ରହିନାହାଁନ୍ତି ।ଏତେ ବଡ ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ଜଣେ ଷ୍ଟାଫ୍ ନର୍ସଙ୍କ ହାତରେ ଚାଲିଛି। ମହାବିରୋଡ ଅଞ୍ଚଳର ଜନସାଧାରଣ କୃଷି ଉପରେ ନିର୍ଭର କରି ଚଳନ୍ତି। ବର୍ଷ ସାରା ଚାଷରୁ ଯାହା କିଛି ଉପାର୍ଜନ କରନ୍ତି ସେଥିରେ ପରିବାର ଚଳାଇଥାନ୍ତି।

ମହାବିରୋଡ ଡାକ୍ତରଖାନାରେ ଡାକ୍ତର ରହୁନଥିବାରୁ ଲୋକେ ବାଧ୍ୟ ହୋଇ ମହାବିରୋଡ ଠାରୁ ଢେଙ୍କାନାଳ ମୁଖ୍ୟଡାକ୍ତରଖାନା କିମ୍ବା ଅନୁଗୁଳ ଡାକ୍ତରଖାନାର ,ତାଳଚେର ଡାକ୍ତରଖାନା ନଚେତ୍ କାମାକ୍ଷାନଗର ଡାକ୍ତରଖାନା ନିର୍ଭର ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସବୁଠାରୁ ଦୁଃଖର ବିଷୟ ଯେ ଏହି ଡାକ୍ତରଖାନା ଏବେ ଭଙ୍ଗାଦଦରା ଆଜବେଷ୍ଟ ତଳେ ରୋଗୀ ସେବା ଚାଲୁଅଛି। ଏହାର ଚତୁଃପାର୍ଶ୍ବରେ ଥିବା ପାଚେରୀ ଭଙ୍ଗାରୁଜା ହୋଇ ପଡିଅଛି। ଫଳରେ ଡାକ୍ତରଖାନା ପରିସର ମଧ୍ୟରେ ବାହାରର ଗାଈଗୋରୁ ଅବାଧରେ ଡାକ୍ତରଖାନା ପରିସରରେ ମଧ୍ୟରେ ଏଣେତେଣେ ଚଲାବୁଲା କରୁଛନ୍ତି।

ମହାବିରୋଡ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଡାକ୍ତରଖାନାର ନବୀକରଣ ଓ ଡାକ୍ତରଖାନାରେ ଚାରିପାଖରେ ନୂତନ ପାଚେରୀ ନିର୍ମାଣ କରାନଗଲେ ଆଗାମୀ ଦିନରେ ଅଞ୍ଚଳ ବାସୀଙ୍କ ତରଫରୁ ଜନ ଆନ୍ଦୋଳନ ହେବ ବୋଲି ମହାବିରୋଡ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସାହୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!