News
WhatsApp Image 2023-10-04 at 17.25.00
samparksetu

୧୦ମ ବୃନ୍ଦାବନପୁର କପ୍ ଉଦଯାପିତ

ଶ୍ରୀ ଗଣେଶ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଦଶମ ବୃନ୍ଦାବନପୁର କପ୍ ଗତ ୨୬/୧୨/୨୦୨୦ ଆରମ୍ଭ ହୋଇ ୦୯/୦୧/୨୦୨୧ ଗତକାଲି ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚ୍ ରେ ଘଟିପିରି ଓ ଜରିପାଳ କ୍ରିକେଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜରିପାଳ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଜରିପାଳ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍ କରିବାରେ ସକ୍ଷମ ହୋଇଥିଲା। ଜରିପାଳ ତାର ମୂଲ୍ୟବାନ ୭ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ର ଚମ୍ପିଆନ ହୋଇଥିଲା। ଦର୍ଶକମାନଙ୍କ ସମାଗମ କୁ ଦୃଷ୍ଟିରେ ରଖି କୋଭିଡ ନିୟମ ଅନୁପାଳନ କରି ଖେଳକୁ ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା।

ମୂଖ୍ୟ ଅତିଥି ଭାବେ ରାମଚନ୍ଦ୍ର ନାୟକ, ପ୍ରତାପ ସାହୁ, ନବଦ୍ବୀପ ନାୟକ, ପଞ୍ଚାନନ ସାହୁ, ପ୍ରମୋଦ ମୁଦୁଲି, ଛାୟାକାନ୍ତ ବେହେରା, ମଧୁସୂଦନ ସାହୁ, କିର୍ତୀବୀର୍ଯ୍ୟ ଦାଶ ଯୋଗଦେଇ ଥିଲେ। ଖେଳକୁ ପରିଚାଳନା କରୁଥିଲେ ଦୁଇ ଆମ୍ପାୟାର ଆଲୋକ ପ୍ରଧାନ ଓ ବାପୁଜୀ ସେନାପତି । ସ୍କୋର୍ ଦାୟିତ୍ବ ଥିଲେ ଲିପନ୍, ଗଜେନ୍ଦ୍ର, ସାଗର।

new life
You might also like
error: Content is protected !!