News
WhatsApp Image 2023-10-04 at 17.25.00
samparksetu

୭ମ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ, କାରନ୍ଦା ଖେଳ ପଡିଆରେ କାରନ୍ଦା ଗ୍ରାମ ପକ୍ଷରୁ କେ.ସି.ସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦଯାପନ ଦିବସ (ମେଗା ଫାଇନାଲ୍)।

ଏହି ମେଗା ଫାଇନାଲ ମ୍ୟାଚ୍ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଠୋକର କ୍ରିକେଟ୍ ଦଳ ଓ ବୋଉଳିଗଡ କ୍ରିକେଟ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନ ମ୍ୟାଚ୍ ବୋଉଳିଗଡ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଫାଇନାଲ ମ୍ୟାଚ୍ ଟି ୨୦ଓଭର ବିଶିଷ୍ଟ ହୋଇଥିଲା।

ନିର୍ଧାରିତ ୨୦ ଓଭରରେ ବୋଉଳିଗଡ ତାର ୬ ଗୋଟି ୱିକେଟ ହରାଇ ୧୬୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ବିସ୍ଫୋରକ ବ୍ୟାଟସ୍ମାନ ବଳିଆ ୨୨ ଗୋଟି ବଲ ଖେଳି ୬୯ ରନ୍ କରିପାରିଥିଲେ। ସେଥି ମଧ୍ୟରୁ ବିଶାଳ ୫ ଗୋଟି ଆକର୍ଷଣୀୟ ଛକା ୯ ଗୋଟି ଦର୍ଶନୀୟ ଚୌକା ସାମିଲ୍ ଥିଲା।

ଠୋକର କ୍ରିକେଟ୍ ଦଳ ୧୬୮ ରନ୍ ର ବିଶାଳ ସ୍କୋର୍ କୁ ପିଛା କରି ନିର୍ଦ୍ଧାରିତ ୧୭. ୪ ଓଭରରେ ତାର ସମସ୍ତ ୱିକେଟ ହରାଇ ୧୪୪ରନ କରିବାରେ ସକ୍ଷମ ହୋଇ ପରାଜିତ ହୋଇ ରନସ୍-ଅଫ୍ ବିବେଚିତ ହୋଇଥିଲା। ବୋଉଳିଗଡ ୨୩ ରନ୍ ରେ ବିଜୟ ଲାଭ କରି ଚଳିତ ବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ବୋଉଳିଗଡ ର ଷ୍ଟାର ବ୍ୟାଟସ୍ମାନ ବଳିଆ ଉଭୟ ମ୍ୟାନ୍-ଅଫ୍-ମ୍ୟାଚ୍ ଓ ପ୍ଲେୟାର-ଅଫ୍-ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ।

ବେଷ୍ଟ ବ୍ୟାଟିଂ ର ଖେଳ ପ୍ରଦର୍ଶନ କରି ବଳାଆଙ୍କୁ ଶ୍ରେଷ୍ଠ ବ୍ୟାଟିଂ ର ଆଖ୍ୟା ଅର୍ଜନ କରିଥିଲା ବେଳେ ଶ୍ରେଷ୍ଠ ବୋଲିଂ ର ଖେଳ ପ୍ରଦର୍ଶନ କରି ବିଶ୍ବ ମୋହନ ଙ୍କୁ ଶ୍ରେଷ୍ଠ ବୋଲର ଭାବେ ବିବେଚିତ କରାଯାଇଥିଲା। ଖେଳକୁ ପରିଚାଳନା କରୁଥିଲେ ଦୁଇ ଦକ୍ଷ ଆମ୍ପାୟାର ଜ.ମୁଦୁଲି ଓ ଏସ୍ .ବେହେରା। ସ୍କୋର୍ ର ଦାୟିତ୍ବ ଭାର ସମ୍ଭାଳି ଥିଲେ ଦୁଇ ସ୍କୋର୍ ର ସୁବ୍ରତ ଓ ରାଜେଶ୍। କମେଣ୍ଟ୍ରି ଦାୟିତ୍ୱ ତୁଲାଇଥିଲେ ଅଶୋକ ସାହୁ, ବିପିନ ସାହୁ ।

new life
You might also like
error: Content is protected !!