News
WhatsApp Image 2023-10-04 at 17.25.00
samparksetu

ଦଳ ପରିବର୍ତ୍ତନ କରିନାହାନ୍ତି ସୁମିତ୍ରା, ଜାରିକଲେ ଘୋଷଣା ପତ୍ର

ଦଳ ପରିବର୍ତ୍ତନ କରି ନାହାନ୍ତି ପୂର୍ବତନ ଉପ ନଗରପାଳ ସୁମିତ୍ରା ଭୋଇ । ଏନେଇ ଏକ ଘୋଷଣା ପତ୍ର ଜାରି କରିଛନ୍ତି ନିଜେ ସୁମିତ୍ରା । ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ଗତକାଲି ହୋଇଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା ଏବଂ କର୍ମୀଙ୍କ ଫଟୋ ମଧ୍ୟରେ ସୁମିତ୍ରା ଙ୍କ ଫଟୋ ଥିବା ବେଳେ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଥିଲା ହେଲେ ଏହାକୁ ଖଣ୍ଡନ କରି ଏକ ଘୋଷଣା ପତ୍ର ଜାରୀ କରିଛନ୍ତି ସୁମିତ୍ରା ଭୋଇ ।

ଘୋଷଣା ପତ୍ର ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ମହା ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ବୋଲି ସୁମିତ୍ରାଙ୍କ ଫଟୋ ସହରରେ ଲାଗିଥିବା ବିଭିନ୍ନ ବ୍ୟାନରେ ଦେଖିବାକୁ ମିଳିଥିଲା, ହେଲେ ସେ କୌଣସି ଦଳ ପରିବର୍ତ୍ତନ କରିନାହାନ୍ତି ଏବଂ ଆଗକୁ ରାଜନୈତିକ ଜୀବନରେ କୌଣସି ପରିବର୍ତ୍ତନ ହେଲେ ସେ ନିଜେ ଜଣାଇବେ ବୋଲି କହିଛନ୍ତି ।

new life
You might also like
error: Content is protected !!