ଇଲେକ୍ଟ୍ରି ସବ-ଷ୍ଟେସନର ନାମକରଣ ନେଇ ଭୁବନ ବ୍ଲକ ମୃଦଙ୍ଗା ଗ୍ରାମବାସୀ ଅସନ୍ତୋଷ ; କାର୍ଯ୍ୟ କ୍ଷମ ପୂର୍ବରୁ ପକାଇଲେ ତାଲା
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ମୃଦଙ୍ଗା ଗ୍ରାମବାସୀ ବିଦ୍ୟୁତ୍ ସବ-ଷ୍ଟେସନର ନାମକରଣ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସ୍ଥାନୀୟ ବିଧାୟକ ତଥା ଖଣି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ବାରା ଏହି ସବ-ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ଏହି ସବ-ଷ୍ଟେସନ ଦ୍ବାରା ମୃଦଙ୍ଗା ସମେତ ବାଲିବୋ, ଏକତାଳି ଓ ମହୁଲପାଳ ପଞ୍ଚାୟତର ଲୋକ ଉପକୃତ ହେବେ। ସବ-ଷ୍ଟେସନ ଟି ମୃଦଙ୍ଗା ରାଜସ୍ବ ଗ୍ରାମର ଜମି ବା ଜାଗାରେ ନିର୍ମିତ ହୋଇଛି। ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଯେହେତୁ ଆମ ଗାଁ ରେ ଏହା ନିର୍ମିତ ହୋଇଛି ଆମ ଗାଁ ନାମ ରହୁ।
ସୂଚନା ଥାଉ କି ଏହି ସବ-ଷ୍ଟେସନ ଟି ମହୁଲପାର ନାମ ରହିଛି। ଏହାର କାର୍ଯ୍ୟ ଶେଷ ହେବା ଉପରେ, ଆଉ ଦିନ କେଇଟା ପରେ କାର୍ଯ୍ୟ କ୍ଷମ ହେବାର ଅଛି। ଗ୍ରାମବାସୀଙ୍କ ଦ୍ବାରା ସବ-ଷ୍ଟେସନ କୁ ତାଲା ପକାଇ ଦିଆଯାଇଛି। ଏହାର ନାମ ମହୁଲପାଳ ବଦଳରେ ମୃଦଙ୍ଗା କରିବା ପାଇଁ ସେମାନେ ଦାବି କରିଛନ୍ତି। ପୂର୍ବତନ ସରପଞ୍ଚ ଜଳଧର ମାଝି, ସମାଜସେବୀ ପ୍ରକାଶ ଚନ୍ଦ୍ର ଆଇଚ, ଲିଟୁ ମାଝି, ମଙ୍ଗୁଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।