News
WhatsApp Image 2023-10-04 at 17.25.00
samparksetu

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ମାସ୍କ ବଣ୍ଟନ

ସାରା ଦେଶରେ ତଥା ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ର ତାଣ୍ଡବଲୀଳା ରଚୁଥିବା ମହାମାରୀ କରୋନା ତାହାର କାୟା ବିସ୍ତାର କରିଚାଲି ଥିବା ବେଳେ ଆମ୍ଭ ରାଜ୍ୟରେ ଏହା ଉର୍ଦ୍ଧଗାମୀ ସ୍ତରରେ ଅଛି ।ଏହାକୁ ନେଇ ରାଜ୍ୟ ସରକାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲକଡାଉନ ଘୋଷଣା କରିଛନ୍ତି ।

ଏହି ସମୟରେ ଆମ୍ଭର ସ୍ୱାସ୍ଥ୍ୟ , ସୁରକ୍ଷା ,ଅଗ୍ନିଶମ ଓ ପ୍ରଶାସନିକ ବିଭାଗ ର କର୍ମଚାରୀ ମାନେ ଆଗକୁ ଆସି ସମ୍ବୁଖ ଯୋଦ୍ଧା ଭାବେ କରୋନା ସଂକ୍ରମିତ ଙ୍କ ସେବା ,ସଚେତନତା ଓ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ଏହି ମହାମାରୀ କୁ ପ୍ରତିହତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଢେ଼ଙ୍କାନାଳ ଜିଲ୍ଲାର ଓଡାପଡା ପ୍ରେସ କ୍ଲବ ତରଫରୁ ଓଡାପଡା ସିଏଚସି ର ଭାରପ୍ରାପ୍ତ ଅଧିକାରୀ ଡ଼. ଅନନ୍ତ ରାଉଳ, ଡ଼. ରାଜୀବ ଲୋଚନ ସାହୁ ,ମେରାମୁଣ୍ଡଳୀ ଚିକିତ୍ସାଳୟ ର ଡ଼. ଗୁଞ୍ଜନ ନାୟକ, ଫାର୍ମାସିଷ୍ଟ ଶ୍ରୀନିବାସ ପଣ୍ଡା,କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠି, ମୋଟଙ୍ଗା ଥାନା ଅଧିକାରୀ ସରୋଜିନୀ ସମାଦ ,ହିନ୍ଦୋଳ ରୋଡ଼ ଫାଣ୍ଡି ଅଧିକାରୀ ପୁଲସ୍ତି ଖଡ଼ିରତ୍ନ ,ଅଗ୍ନିଶମ ବିଭାଗ ଅଧିକାରୀ ସୁମନ୍ତ ଖମାରୀ, ଗୋପାଳ କୃଷ୍ଣ ସାହୁ ଙ୍କ ସହିତ ପ୍ରଶାସନିକ ସ୍ତରରେ ଉତ୍ତମ ପରିଚାଳନା ପାଇଁ ତହସିଲଦାର ବାଣୀନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା, ବିଡ଼ିଓ ଦାଶରଥି ଜେନା ଓ ସଦର ବିଧାୟକ ସୁଧୀର କୁମାର ସାମଲ ଏବଂ ବାଙ୍ଗୁରସିଂ ପଂଚାୟତ ର ସରପଞ୍ଚ ଜଗବନ୍ଧୁ ଦଳେଇ ଙ୍କୁ କ୍ଲବ ର ସଭାପତି ଶେଷଦେବ ରାଉତ ଙ୍କ ଦ୍ଵାରା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

ଏଥିରେ ଓଡାପଡା ପ୍ରେସ କ୍ଲବ ର ପ୍ରତାପ ବେହେରା, ସତ୍ୟଜିତ ପଟ୍ଟନାୟକ, ନବକିଶୋର ସାହୁ, ମିହିର ସାହୁ,ଜଟି ନାୟକ,ଲୋକେଶ ସାହୁ,ସୁବ୍ରତ ନାୟକ ଏବଂ ନକୁଳ ରାଉତ ଆଦି ସାମ୍ବାଦିକ ସହଯୋଗ କରି ସମ୍ବର୍ଦ୍ଧନା ଜଣାଇ ମାସ୍କ ବଣ୍ଟନ କରି ଆଗ ଧାଡି ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିଥିଲେ ।

new life
You might also like
error: Content is protected !!