News
WhatsApp Image 2023-10-04 at 17.25.00
samparksetu

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ; ଜଣେ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳଗାଡ଼ିଆ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଅଟୋରେ ଥିବା ଜଣେ ମହିଳା ଗୁରୁତର, ଗୁରୁତରଙ୍କ ନାମ ରୀମା ମହାରଣା । ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ମେଡ଼ିକାଲ ରେ ଭର୍ତ୍ତି ।

ସୂଚନା ଅନୁଯାୟୀ , ଏକ କେଉଁଝର ର ଏକ ଅଟୋ ଚାଳକ ସୁଖଦେବ ମହାରଣା ନିଜ ସ୍ତ୍ରୀ ସମେତ ୨ପୁଅ ଓ ଝିଅ ଙ୍କୁ ନେଇ ନିଜେ ଅଟୋ ଚଳାଇ କେଉଁଝର ରୁ ତାଳଚେର ଅଭିମୁଖେ ଯାଇଥିଲେ । ତେବେ ପରଜଙ୍ଗ ଥାନା ଗୋଳଗାଡ଼ିଆ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ସୁଖଦେବ ଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀ ରୀମା ମହାରଣା (୩୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!