News
WhatsApp Image 2023-10-04 at 17.25.00
samparksetu

ପାରିବାରିକ କଳହ କୁ ନେଇ ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାତ୍ରଭାଗ ଗ୍ରାମରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ପାତ୍ରଭାଗ ବିଲିସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବୃଦ୍ଧ ଜଣଙ୍କ ପାତ୍ରଭାଗ ବିଲିସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଝିଅ ଜ୍ବାଇଁଙ୍କର ପୂର୍ବରୁ ବିବାଦ ଲାଗିଥିବାର ପୂର୍ଣ୍ଣଚନ୍ଦ୍ର ଙ୍କ ପୁଅ କୁହନ୍ତି ।ତେବେ ତାଙ୍କ ଝିଅ ଜ୍ବାଇଁ ଆସି ଘରେ ରହିଥିବାବେଳେ ଶନିବାର ରାତିରେ ସମସ୍ତେ ଶୋଇଥିବା ସମୟରେ ତାଙ୍କ ଜ୍ବାଇଁ ତାଙ୍କୁ ହତ୍ୟା କରିଥିବାର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ ।

ଘରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ଆବସ୍ଥାରେ ପଡିଥିବା ଦେଖିଥିଲେ ପୁଅ ପରେଶ। ପରେ ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡକ୍ଟରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ମୃତ ପୂର୍ଣଚନ୍ଦ୍ରଙ୍କ ପୁଅ ପ୍ରକାଶ କରିଛନ୍ତି । ଏହି ଘଟଣାରେ ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏପରିକି ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ଣ୍ଣ ଚନ୍ଦ୍ରଙ୍କ ଜ୍ବାଇଁ ଗିରିଷ ଦେହୁରୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

new life
You might also like
error: Content is protected !!