News
WhatsApp Image 2023-10-04 at 17.25.00
samparksetu

ପରିବେଶ ଭିତିକ ଚଳଚିତ୍ର କରି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଲେ ଢେଙ୍କାନାଳ ପୁଅ ଶୁଭ୍ରାଂଶୁ

ହାତରେ କ୍ୟାମେରା ଥିଲେ କେତବେଳେ ଚାଲି ଆସେ ସୁନ୍ଦର ଉଡ଼ନ୍ତା ଚଢେଇ ତ ଆଉ କେବେ ପ୍ରକୃତିର କମନୀୟ କାନ୍ତି । ପ୍ରକୃତିର ଏଭଳି କିଛି ଶୋଭନୀୟ ଛାୟାଛବି କଏଦ ହୋଇଯାଏ ତାଙ୍କ କ୍ୟାମେରା ଲେନ୍ସ ରେ ଏବଂ ତିଆରି ହୁଏ ପ୍ରାମାଣିକ ଚଳଚିତ୍ର ଦେଶ ବିଦେଶରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲ ଗୁଡିକରେ ପ୍ରଦର୍ଶିତ ମଧ୍ୟ ହୁଏ ।

ଏଭଳି ନିଆରା ଢଙ୍ଗରେ ପରିବେଶ ଏବଂ ବନ୍ୟଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଇଛନ୍ତି ଢେଙ୍କାନାଳ ମାଟିର ପୁଅ ଶୁଭ୍ରାଂଶୁ ଶତପଥୀ । ଢେଙ୍କାନାଳ ସହର କୁଞ୍ଜକାନ୍ତ ନିବାସୀ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କ ସାନ ପୁଅ ହେଉଛନ୍ତି ଶୁଭ୍ରାଂଶୁ । ବାପା ଜଣେ ବରିଷ୍ଠ ବନ ବିଭାଗ ଅଧିକାରୀ ହୋଇଥିବାରୁ ପିଲାଟି ଦିନରୁ ପ୍ରକୃତି ସହ ଓତଃପ୍ରତହ ଭାବେ ଜଡ଼ିତ ଶୁଭ୍ରାଂଶୁ ।

ତାଙ୍କର ଏହି ପ୍ରାମାଣିକ ଚଳଚିତ୍ର ପାଇଁ ଶୁଭ୍ରାଂଶୁ ପାଇଛନ୍ତି ବହୁ ଜାତୀୟ ଏବଂ ଆନ୍ତର୍ଜାତୀୟ ଆୱାର୍ଡ । ଏପରିକି ‘ୟୁକେ ୱାଇଲଡ଼ ଲାଇଫ ଫିଲ୍ମସ ” ତାଙ୍କ ନାମକୁ ସ୍ୱୀକୃତି ପ୍ରଦାନ କରିଛି, ଏଥିରେ ଶୁଭ୍ରାଂଶୁ ହେଉଛନ୍ତି ପ୍ରଥମ ଓଡ଼ିଆ, ସେ ସମୟରେ ସେଥିଲେ ଅଷ୍ଟମ ଭାରତୀୟ । କେବଳ ସେତିକି ନୁହେଁ ବସୁଧା ନ୍ୟାସନାଲ ଆୱାର୍ଡ, ଏସଏଫମ ଅଫ ଇଣ୍ଡିଆନ ଆୱାର୍ଡ, ଦାଦା ସାହେବ ଫାଲକେ ସ୍କ୍ରିନିଂ ଆୱାର୍ଡ, ନ୍ୟାସନାଲ ଏଣ୍ଟରପ୍ରିନଟ ସମିଟ ଆୱାର୍ଡ, ଅସ୍ଥାନା ପିପୁଲସ ଚଏସ ଆୱାର୍ଡ, ୱାଇଲଡ଼ ଲାଇଫ ଭାଷା ଫେଷ୍ଟିଭାଲ ଭଳି ଅନେକ ଜାତୀୟ ଏବଂ ଆନ୍ତର୍ଜାତିୟ ଆୱାର୍ଡ ପାଇଛନ୍ତି ଶୁଭ୍ରାଂଶୁ ।

ଏତିକିରେ ରହି ଯାଇନଥିଲେ ଶୁଭ୍ରାଂଶୁ ଏହି ଚଳଚିତ୍ର ବିଭିନ୍ନ ଗ୍ରାମ ଏବଂ ସହରରେ ସ୍କ୍ରିନିଂ କରାଇ ପରିବେଶ ଏବଂ ବନ୍ୟ ଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିଥାନ୍ତି ସେ ।

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ଲାଷ୍ଟିକ ବର୍ଜନ କୁ ନେଇ ଶୁଭ୍ରାଂଶୁ ଆୟୋଜନ କରିଥିଲେ ବିରାଟ ମାନବ ଶୃଙ୍ଖଳ । ଅନ୍ୟପଟେ ଖରାଦିନେ ଯେପରି କୌଣସି ନିରୀହ ପକ୍ଷୀଙ୍କ ଜୀବନ ନଯାଏ ସେହି ଇନିସିଏଟିଭ ଆରମ୍ଭ କରିଥିଲେ ଶୁଭ୍ରାଂଶୁ ସ୍କୁଲ ଏବଂ ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ଙ୍କୁ ଏ ନେଇ ସଚେତନା କରିବା ସହ ମାଟି ପାତ୍ର ବାଣ୍ଟିଛନ୍ତି ସିଏ । ତେବେ ଏହି ପ୍ରେରଣା ସିଏ ତାଙ୍କ ମା ଙ୍କ ଠାରୁ ପାଇଛନ୍ତି ବୋଲି କହିଛନ୍ତି ଶୁଭ୍ରାଂଶୁ।

ତେବେ ପରିବେଶ ଏବଂ ବନ୍ୟଜନ୍ତୁ ଙ୍କ ପ୍ରତି ଏଭଳି ଭଲପାଇବା ଏବଂ ଅବଦାନ ହେତୁ ତାଙ୍କୁ ପୁରସ୍କୃତ କରିଛି ଜାତିସଂଘ ।

new life
You might also like
error: Content is protected !!