News
WhatsApp Image 2023-10-04 at 17.25.00
samparksetu

ପୂର୍ତ୍ତ ବିଭାଗ ରାସ୍ତା ଖୋଳିଦେଲେ ଠିକାଦାର ; ନିମବାହାଳି-ଗୁଳେହି ରାସ୍ତାରେ ଆଣ୍ଠୁଏ ଖାଲ !

ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଦେଲେ ଠିକାଦାର ।ଗ୍ରାମବାସୀ ଏହାର ବିରୋଧ କରିଥିବା ବେଳେ କଂକ୍ରିଟ୍ ଢଳେଇ କରି ସମତୁଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର ରାତି ଅଧରେ ଅଳ୍ପ କିଛି ମାଟି ଓ ଗୋଡି ପକାଇଦେଇ ପଳାଇଲେ ।ଏବେ ରାସ୍ତା ମଝିରେ ଖାଲ ।ବର୍ଷା ହେଲେ ତାହା ଆହୁରି ଦବି ଯିବାର ସମ୍ଭାବନା ରହିଛି ।ଖାଲକୁ ନେଇ ନିତିଦିନ ଦୁର୍ଘଟଣା ଘଟୁଛି ।ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ, ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ପଞ୍ଚାୟତ କଙ୍କାଳୁ ଗ୍ରାମ ସ୍ଥିତ ଲିଙ୍ଗରା ଜୋରଠାରେ ଏକ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ଚାଲିଛି ।ଚାଷ ଜମିକୁ ପାଣି ନେବାକୁ କଙ୍କାଳୁ ଗାଁ ମଧ୍ଯ ଦେଇ ଯାଇଥିବା ନିମବାହାଳି-ଗୁଳେହି ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳି ପାଇପ୍ ବିଛା ଯାଇଛି ।ଠିକାଦାର ଗାଁ ମଝି କଂକ୍ରିଟ ରାସ୍ତାକୁ ଖୋଳି ପାଇପ ବିଛାଇଛି ।ପାଇପ ବିଛାଇବା ସମୟରେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ।

ରାସ୍ତାକୁ ନଖୋଳିବାକୁ କହିଥିଲେ। ପାଇପ ପକାଇବା ପରେ କଂକ୍ରିଟ ଢଳେଇ କରି ପୁଣି ପୂର୍ବ ଭଳି କରିଦେବାକୁ ଠିକାଦାର ପ୍ରତିଶୃତି ଦେଇଥିଲେ ।ଯାହାଫଳରେ ଗ୍ରାମବାସୀ ନୀରବ ରହିଥିଲେ ।ପାଇପ ବିଛାଇବା ପରେ ଠିକାଦାର ରାତି ଅଧିଆ ମାଟି ପକାଇ ଖାଲ ଜାଗାକୁ ପୋତା ପୁରାଇବା ସହ ତା ଉପରେ ଅଳ୍ପ କିଛି ବାଲିସିମେଣ୍ଟ ବିଛାଇ ଦେଇଥିଲେ ।ଯାହା ଫଳରେ ତାହା ଏବେ ଦବି ଯାଇ ଖାଲ ସୃଷ୍ଟି ହୋଇଛି ।

ବର୍ଷା ହେଲେ ମାଟି ଆହୁରି ଦବି ଯିବାର ସମ୍ଭାବନା ରହିଛି ।ରାସ୍ତାର ମଝିରେ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ କରିବାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ଦୈନିକ ହଜାର ହଜାର ଗାଡିମଟର ଯାତାୟତ କରୁଛି ।ବାଇକ୍ ଓ ସାଇକେଲ ଆରୋହୀ ମାନେ ଖାଲରେ କଚାଡି ହୋଇ ପଡିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି ।ସେହିପରି କାର ଚାଳକ ହଠାତ ଖାଲ ଦେଖି ବ୍ରେକ୍ କସିବା ସହ ଭାରସାମ୍ଯ ହରାଇ ବସଛନ୍ତି ।ଖାଲରେ ଚକା କଚାଡି ହୋଇପଡୁଥିବାରୁ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଦେଖାଦେଉଛି ।

ପୂର୍ତ୍ତ ବିଭାଗର ବିନା ଅନୁମତିରେ ଠିକାଦାର ରାସ୍ତା ଖୋଳି କାମ କରିଥିବା ଜଣାଯାଇଛି ।ଖାଲକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।ତୁରନ୍ତ ଖାଲରୁ ମାଟି କାଢି ବାଲି ପକାଇ କଂକ୍ରିଟ ଢଳେଇ କରି ସମତୁଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ନଚେତ ଆଗାମୀ ଦିନରେ ଠିକାଦାରଙ୍କୁ ଅଞ୍ଚଳରେ ପୁରାଇ ନଦେବାକୁ ଚେତାବନୀ ଦେଇଛନ୍ତି ।

ଏ ସମ୍ପର୍କରେ ହିନ୍ଦୋଳ ପୂର୍ତ୍ତ ବିଭାଗର ଏସଡିଓ ଜନକ ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିବା ସେ କହିଥିଲେ , ରାସ୍ତା ଖୋଳିବା ନେଇ ତାଙ୍କ ପାଖରେ କୌଣସିପ୍ରକାର ସୂଚନା ନାହିଁ। ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

new life
You might also like
error: Content is protected !!