News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାର ୧୬ ଟି ମନ୍ଦିରରେ ଲାଗିଲା ୧୪୪ ଧାରା

ରଜ ଉତ୍ସବ ଉପଲକ୍ଷେ ମନ୍ଦିର ରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୧୬ ଟି ମନ୍ଦିର ରେ ଆସନ୍ତାକାଲି ଠାରୁ ୧୭ ଜୁନ ୨୦୨୧ ଯାଏ ୧୪୪ ଧାରା ଲାଗୁ କରାଯାଇଛି, ଏ ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ।

କଟକଣା ଲାଗିଥିବା ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି ଗଁଦିଆ ବ୍ଲକ କପିଳାସ ସ୍ଥିତ ଶ୍ରୀଚନ୍ଦ୍ରଶେଖର ଜୀଉ, ଲତାଦେଇପୁର ସ୍ଥିତ ଶ୍ରୀ ଉନ୍ନକୋଟେଶ୍ୱର, ଢେଙ୍କାନାଳ ସହର ସ୍ଥିତ ଶ୍ରୀସିଦ୍ଧ ବଳରାମଜୀଉ ମନ୍ଦିର, ସପ୍ତଶଯ୍ୟା ସ୍ଥିତ ଶ୍ରୀ ରାମଚନ୍ଦ୍ରଜୀଉ, ବଡନାଗେନା ସ୍ଥିତ ଶ୍ରୀନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦ ସ୍ଥିତ ଶ୍ରୀପଶ୍ଚିମେଶ୍ୱରଙ୍କ ପୀଠ, କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହା ସ୍ଥିତ ଶ୍ରୀ ରାମେଶ୍ୱର ମହାଦେବ, ହାଟୁଆରି ସ୍ଥିତ ଶ୍ରୀ କପିଳେଶ୍ୱର, ସିବୁଳାପଶି ସ୍ଥିତ ଶ୍ରୀ ସ୍ବପ୍ନେଶ୍ୱର, ଭୁବନସ୍ଥିତ ଶ୍ରୀ ବୁଦ୍ଧେଶ୍ୱର, ପରଜଙ୍ଗ କୁଆଳୋ ସ୍ଥିତ ଶ୍ରୀ ସ୍ବପ୍ନେଶ୍ୱର ମହାଦେବ , ବାଲିମି ରଞ୍ଜାଗୋଳ ଶିବ ମନ୍ଦିର, ରକଲା ସ୍ଥିତ ଶ୍ରୀ କୁଢେଶ୍ୱର ମହାଦେବ , ମହାତଳା ସ୍ଥିତ ମାତାଳେଶ୍ୱର , ରାସୋଳ ଚିତ୍ତଳପୁର ଶ୍ରୀ ଉଗ୍ରେଶ୍ୱର , ମୋଟଙ୍ଗା ନାଧରା ସ୍ଥିତ ମା ରାମଚଣ୍ଡୀ, କନକେଶ୍ୱର ମହାଦେବଙ୍କ ପୀଠ ଗୁଡିକରେ ଏହି କଟକଣା ଜାରି କରାଯାଇଛି ।

ତେବେ ଏହି କଟକଣା ମନ୍ଦିରର ସେବାୟତ, ସମ୍ପୃକ୍ତ କାମରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ ହେବ ନାହିଁ । ଅନ୍ୟ ପଟେ କଟକଣା ହେତୁ ସମସ୍ତ ଆଇଆଇସୀଙ୍କୁ ସଜାଗ ହେବାକୁ ଜଣାଯାଇଛି ।

new life
You might also like
error: Content is protected !!