News
WhatsApp Image 2023-10-04 at 17.25.00
samparksetu

ମାଂସ ଭାଗ ବଣ୍ଟାକୁ ନେଇ ହତ୍ୟାକାଣ୍ଡ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଠ କୁମ୍ପା ଗ୍ରାମରେ ଘଟିଛି ଏହି ଅମାନବୀୟ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଉଛନ୍ତି କୁମ୍ଭ ବେହେରା (୩୫)

ହିନ୍ଦୋଳର ରାସୋଳ ଥାନା କାଠକୁମ୍ପା ଗାଁରେ ଯାଜାବର ଭାବେ ମଲ୍ଲlର ସମ୍ପ୍ରଦାୟର ଦୁଇ ପରିବାର ରହି ମହୁ ସଂଗ୍ରହ କରି ବିକ୍ରି କରୁଥିଲେ । ଦୁଇ ପରିବାର ଜଙ୍ଗଲରୁ ଏକ ସାରିଆପତନିକୁ ମାରି ଉଭୟ ପରିବାର ମଧ୍ୟରେ ମାଂସ ଭାଗ ବଣ୍ଟା କରୁଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଟିଏ ପରିବାରର ବିରଞ୍ଚି ବେହେରା ନାମକ ଜଣେ ଯୁବକ କଟୁରୀରେ ଅପର ପରିବାରର କୁମ୍ଭ ବେହେରାକୁ ହାଣି ପକାଇଥିଲା । ଫଳରେ ଘଟଣାସ୍ଥଳରେ କୁମ୍ଭର ମୃତ୍ୟୁ ଘଟିଥିଲା ।

ଖବର ପାଇ ଥାନା ଆଇଆଇସି ବିଜୟ ହାଇବ୍ରୁ ଏଏସଆଇ ସରୋଜ ପାଣି ରମେଶ ସ୍ବାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ ।ଏ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ ଖୁବଶୀଘ୍ର ଆସାମୀ କୁ ଧରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳକୁ ରାସୋଳ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!