News
WhatsApp Image 2023-10-04 at 17.25.00
samparksetu

ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୫ ଆହତ

ପ୍ରେମ କରି ବିବାହ କଲେ ପରେ ଆକ୍ରମଣ ର ଶିକାର ହେଲେ, କେବଳ ସିଏ ନିଜେ ନୁହେଁ ବରଂ ପରିବାରଲୋକେ ମଧ୍ୟ ହେଲେ ଲହୁଲୁହାଣ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗ୍ରାମରେ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ନିମତଇଳା ଗ୍ରାମର ଜଣେ ଯୁବକଙ୍କ ସହ ନରସିଂହପୁର ଥାନା ଅଲରା ଗ୍ରାମର ଜଣେ ଯୁବତୀ ପ୍ରେମ ବିବାହ କରିଥିଲେ । ତେବେ ବିବାହରେ ଝିଅ ଘର ସହମତି ନଥିବା ବେଳେ ଝିଅ କିନ୍ତୁ ବିବାହ ପରେ ପୁଅ ଘରେ ରହୁଥିଲା । ତେବେ ବିବାହ ବଚସା ନେଇ ଜଣେ ଫାଣ୍ଡି ଅଧିକାରୀ ଉଭୟେ ପକ୍ଷଙ୍କୁ ବୁଝାସୁଝା କରିବାରୁ ଘଟଣା ଟିର ସମାଧାନ ହୋଇଥିଲା । ହେଲେ ଏତିକିରେ ସବୁ ସରିଯାଇ ନଥିଲା ଝିଅ ଘରର କିଛି ବ୍ୟକ୍ତିଙ୍କ ମନରେ ଜଳୁଥିଲା ପ୍ରତିଶୋଧ ର ଲାଭା, ଯାହା ଗତକାଲି ନେଇଥିଲା ଆଗ୍ନେୟ ର ରୂପ ।

ଝିଅକୁ ନିଜ ଘରକୁ ଫେରାଇ ଆଣିବା ନେଇ ରଚା ଯାଇଥିଲା ମାଷ୍ଟରପ୍ଲାନ, ଗତକାଲି ରାତିରେ ହଠାତ ଏକ ବୋଲେରୋ ଯୋଗେ ଝିଅ ଘରର କିଛି ଲୋକେ ପୁଅ ଘରେ ପହଞ୍ଚି ଝିଅକୁ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲେ ହେଲେ ଉଭୟଙ୍କ ବିବାହ ସରିଥିବା ସହ ଉଭୟେ ସାଙ୍ଗରେ ଖୁସିରେ ରହୁଥିବାର ପୁଅ ଘର ଲୋକେ ବୁଝାଇଥିଲେ ହେଲେ ଅପରପକ୍ଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ଏପରିକି ପୁଅ ସହ ପୁଅଘର ଲୋକଙ୍କୁ ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!