News
WhatsApp Image 2023-10-04 at 17.25.00
samparksetu

ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଉଦଘାଟିତ

ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲ ଖୋଳି ଗାଁରେ ୧୧ତମ ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଷ୍ଟେଟ ବ୍ୟାଙ୍କର ସହ ପରିଚାଳକ ଶ୍ରୀ ସ୍ବୟଂଯୁକ୍ତ ବେହେରା ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶାଗରିକା ସାହୁ ଯୋଗ ଦେଇଥିଲେ।

ଯୁବ ବର୍ଗ ମଧ୍ୟରେ ବନ୍ଧୁତା ସ୍ଥାପନ ଓ ପରସ୍ପର ମଧ୍ୟରେ ସଦଭାବନା ବୃଦ୍ଧି ନିମନ୍ତେ ଏହି ଟୁର୍ଣ୍ଣ।ମେଣ୍ଟ ସହାୟକ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଗ୍ରାମର ସଭାପତି ଶ୍ରୀବତ୍ସ ସେଠୀ ଓ କପିଳ ଦେହୁରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଟୁର୍ଣ୍ଣ।ମେଣ୍ଟ ର ମୁଖ୍ୟ ଆୟୋଜକ ଗୋପବନ୍ଧୁ ବେହେରା, ସଭାପତି ଆଲୋକ ମହାଭୋଇ, ସମ୍ପାଦକ ମାନସ ସେଠୀ, ମ୍ୟାନେଜର ଲିଲିପ ଦେହୁରୀ, ପ୍ରଶିକ୍ଷକ ବନମାଳୀ ଦେହୁରୀ, ହେମନ୍ତ ଗୋଛୟତ, ବିଷ୍ଣୁ ଦେହୁରୀ, ରଞ୍ଜିତ ବାରିକ, ବ୍ରହ୍ମାନନ୍ଦ ମହାଭୋଇ ପ୍ରମୁଖ ମ୍ୟାଚ ପରିଚାଳନା କରୁଥିଲେ। ଉଦଘାଟନୀ ମ୍ୟାଚରେ ଚନ୍ଦ୍ରଶେଖର କ୍ରିକେଟ କ୍ଲବ (ନାଗିଆ ପଶି) ଓ ଭଗବାନ କ୍ରିକେଟ କ୍ଲବ (ଷଡ଼ଙ୍ଗୀ)କୁ ପରାସ୍ତ କରିଥିଲା।

new life
You might also like
error: Content is protected !!