News
WhatsApp Image 2023-10-04 at 17.25.00
samparksetu

ଆଜିବି ମନେପଡେ, ୧୯୯୯ ମହାବାତ୍ୟା !

୧୯୯୯ ମସିହା ଅକ୍ଟୋବର୍ ମାସ ୨୯ ତାରିଖ,ଏମିତି କିଛି ଘଟି ଯାଇଥିଲା ଯାହା ଚିରଦିନ ପାଇଁ ସବୁ ଓଡିଆଙ୍କ ମନରେ ଘର କରି ରହିଥିବ । ଇତି ମଧ୍ୟରେ ୨୧ ବର୍ଷ ବିତି ଗଲାଣି ହେଲେ ସେ ପ୍ରଳୟଙ୍କରୀ ମହାବାତ୍ୟାର କରାଳ ରୂପ,କରୁଣ ଦୃଶ୍ୟ ଓ ଲୋମହର୍ଷଣକାରୀ ଅନୁଭୁତି ଆଜି ବି ବହୁ ଓଡ଼ିଆଙ୍କୁ ଅସ୍ତବ୍ୟସ୍ତ କରି ପକାଏ ।

ସେ ମହାବାତ୍ୟାରେ କିଏ କଣ ହଜାଇଛି ଓ କାହାର କେତେ ହଜିଛି ତାହାର ହିସାବ କେବଳ ତାଙ୍କ ପାଖରେ ହିଁ ଅଛି ଯେଉଁମାନେ ସେ କଠିନ ସମୟକୁ ଅଙ୍ଗେନିଭାଇଛନ୍ତି । ଦୁଇ ଦିନ ମଧ୍ୟରେ କେତେ ସଂସାର ଉଜୁଡ଼ି ଯାଇଥିଲା,କିଏ ବିଧବା ପାଲଟି ଯାଇଥିଲା ତ କିଏ ଅନାଥ,କିଏ ପତ୍ନୀକୁ ହରାଇ ବସିଥିଲା ତ କିଏ ପିଲାଙ୍କୁ ଆଉ ଫେରି ପାଇ ନ ଥିଲା । ପ୍ରକୃତି ନିଜକୁ ସବୁଠାରୁ ଶକ୍ତିଶାଳୀ ବୋଲି ପ୍ରମାଣ କରି ଦେଇଥିଲା ଏବଂ ମଣିଷ ସାଜିଥିଲା ଦୁର୍ବଳ ଓ ଅସହାୟ । ଦଶ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ହୋଇପାରେ ପୀଡିତଙ୍କ ଆର୍ତ୍ତଚିତ୍କାର ଓ କାନ୍ଦବୋବାଳିର ସ୍ୱର ଆଜି ଶୁଭୁନାହିଁ,ସମୟ ସହ ତାଳ ଦେଇ ଲୋକ ଆଗକୁ ବଢ଼ିଗଲେଣି ହେଲେ ଏ ଓଡ଼ିଶା ମାଟି ସବୁଦିନ ସାକ୍ଷୀ ରହିଥିବ ସେ ଅଭୁଲା ଅଧ୍ୟାୟର ।

new life
You might also like
error: Content is protected !!