News
WhatsApp Image 2023-10-04 at 17.25.00
samparksetu

ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ;ସ୍ୱାମୀ ଅଟକ !

ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର ।ମୃତକ ହେଲେ ତୁମୁସିଙ୍ଗା ଥାନା ବୁଢିବିଲ୍ଲି ଗ୍ରାମର ଦୁଷ୍ମନ୍ତ ଦାସଙ୍କ ସ୍ତ୍ରୀ ରୁନି ଦାସ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ , ତାଳଚେର କଣିହା ଅଞ୍ଚଳର ରୁନି ଦାସ ଆଜକୁ ୧୦ ବର୍ଷ ତଳେ ତୁମୁସିଙ୍ଗା ଥାନା ନୁଆବୁଢିବିଲି ଗ୍ରାମର ଶ୍ରିକାନ୍ତ ଦାସଙ୍କୁ ବୈଦିକ ଋତିରେ ବିବାହ କରିଥିଲେ। ଶ୍ରିକାନ୍ତଙ୍କ ମୃତ୍ୟୁ ପରେ ଶ୍ରିକାନ୍ତଙ୍କ ସାନଭାଇ ଦୁଷ୍ମନ୍ତଙ୍କୁ ରୁନି ୨ ବର୍ଷ ପୂର୍ବେ ଦ୍ବିତୀୟ ବିବାହ କରିଥିଲେ ।

ହେଲେ ଆଜି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ବେଡରୁମରୁ ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ପୋଲିସକୁ ଜଣାଇବା ସହ ବାପ ଘରକୁ ଜଣାଇଥିଲେ। ବାପଘର ଆସି ପହଞ୍ଚି ତାଙ୍କ ଝିଅକୁ ଶାଶୁ ଘର ଲୋକ ହତ୍ୟା କରିଛନ୍ତି ବୋଲି ଥାନାରେ ଲିଖିତ ଏତଲା ଦେଇଛନ୍ତି।ଶାଶୁ ଘର ତରଫରୁ ଅଧିକ ଯୈାତୁକ ପାଇିଁ ବାରମ୍ବାର ଦାବି କରିବା ସହିତ ଶାରିରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ।ତେବେ ପୋଲିସ ସ୍ବାମି ଦୁଷ୍ମନ୍ତକୁ ଅଟକ ରିଖି ତଦନ୍ତ ଚଳାଇଛି।

new life
You might also like
error: Content is protected !!