News
WhatsApp Image 2023-10-04 at 17.25.00
samparksetu

ବେପରୁଆ ଗାଡି ଚାଳନା ଯୋଗୁଁ ବୃଦ୍ଧ ଆହାତ ହୋଇ ଡାକ୍ତରଖାନାରେ!

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆପଟଣା ମୌଜାର ସତୁରୀ ବର୍ଷ ବୟସ୍କ ବୃଦ୍ଧ ଭିକାରୀ ରାଉତ ନିଜ ସାଇକେଲରେ ଆସୁଥିବା ସମୟରେ ଜଣେ ବାଇକ୍ ଆରୋହୀଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯିବା ସହ କାନ୍ଧର ହାଡ଼ ଭାଙ୍ଗି ଯାଇଛି। ଗତ ୧/୫/୨୦୨୧ ତାରିଖ ଶନିବାର ଦିନ ନିଜ ଘର ଗୋବିନ୍ଦପ୍ରସାଦ ଗାଁ ରୁ ସାଇକେଲ ନେଇ ଫେରୁଥିଲେ।

ଫେରିବା ବାଟରେ ବେଗୁନିଆପାଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ସୋଇଥିଲେ। ସେହି ଗାଁର ସନ୍ତୋଷ ବେହେରାଙ୍କ ପୁଅ ବବୁଲୁ ବେହେରା ବାଇକରେ ଅନ୍ୟ ଜଣଙ୍କ ସାହାଯ୍ୟରେ ସାଇକେଲ ନେଇ ବିପରୀତ ଦିଗରୁ ଆସୁଥିଲେ। ବାଇକ୍ ଓ ସାଇକେଲର ଭାରସାମ୍ୟ ରଖି ନପାରି ସାମ୍ନାରୁ ସାଇକେଲରେ ଆସୁଥିବା ଭିକାରୀଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ଭୀକାରି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୀକାରି ଜଣେ ଗରିବ ଶ୍ରେଣୀର ହୋଇଥିଲା ବେଳେ ପାଞ୍ଚ ଦିନ ହେଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି ପରିସ୍ଥିତିରେ ଦୁର୍ଘଟଣା ଘଟାଇଥିବା ଯୁବକ ସହାୟତା କରିବା ଦୂର କଥା ଥରଟିଏ ବି ତାଙ୍କୁ ଦେଖି ଦେଇ ନାହିଁ। ଆହାତ ବୃଦ୍ଧ ନ୍ୟାୟ ପାଇବା ପାଇଁ ଭାପୁର ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!