News
WhatsApp Image 2023-10-04 at 17.25.00
samparksetu

ଧରାବତରଣ କରିବେ ମା ଧନଦାତ୍ରୀ, ଜାଣନ୍ତୁ କଣ ରହିଛି ଆଜିର ନୀତିକାନ୍ତି

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଚଳିତ ବର୍ଷ ୮୦ ବର୍ଷ ରେ ପାଦ ଥାପିଛି ଢେଙ୍କାନାଳର ଗର୍ବ ଓ ଗୌରବ ର ପୂଜା। ଚଳିତ ବର୍ଷ ୩୮ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ । ମହା ସମାରୋହରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା । ଶୃଙ୍ଖଳିତ ପୂଜା ପାଇଁ ମିଳିତ ବଜାର କମିଟି, ପ୍ରଶାସନିକ ଓ ପୋଲିସ ସ୍ତରରେ ବ୍ୟାପକ ବ୍ୟବସ୍ଥା। ଆଜି ଠାରୁ ଏଗାର ଦିନ ବ୍ୟାପି ଚାଲିବ ମା ଗଜଲକ୍ଷ୍ମୀଙ୍କ ପୂଜା ।


ସଜେଇ ହୋଇଛି ଢେଙ୍କାନାଳ ସହର, ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଦିନରାତି ଏକ କରି ଲାଗି ଥିବା ବେଳେ ସରିଛି ମୂର୍ତ୍ତି ନିର୍ମାଣ କାମ ମଣ୍ଡପ ସାଜସଜ୍ଜା ଓ ଆଖି ଝଲସିଲା ଭଳି ଆଲୋକମାଳା। ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ସକାଳ ୭ଟାରୁ ପ୍ରଥମେ ଘଟ ସ୍ଥାପନ କଳସ ଯାତ୍ରା ଆଦି ପରମ୍ପରା ଆରମ୍ଭ ହୋଇଥିବା ବେଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପ୍ରାୟ ୩ ଘଟିକା ସମୟରେ ସମାପନ କରାଯିବ। ସେହିପରି ଚନ୍ଦ୍ର ଗ୍ରହଣ ହେତୁ ଚଳିତ ବର୍ଷ ଆସନ୍ତା କାଲି ସକାଳ ୭ଟା ପରେ ମା’ଙ୍କର ପୂଜା ଚିତିନିତି ଅନୁଯାଇ କରାଯିବା ବୋଲି ପୂଜା ପ୍ରତିଷ୍ଠାନର ପୂଜକ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ହୀରକ ଜୟନ୍ତୀ ପାଳୁଛି ଗଣେଶ ବଜାରର ପୂଜା କମିଟି ମୃଣୟୀ ଦେବୀଙ୍କୁ ଲାଗି ହେବା ପାଇଁ ଆସିଛି ଏକ କେଜି ଓଜନର ସୁନା ମୁକୁଟ ଯାହାର ମୂଲ୍ୟ ଆନୁମାନିକ ଏକକୋଟି ଟଙ୍କା ବୋଲି ସୂଚନା ମିଳିଛି । ଅନ୍ୟପଟେ ପନ୍ଦର ଲକ୍ଷ ଟଙ୍କା ବିନିମୟରେ କଲିକତା କାରିଗରଙ୍କ ଦ୍ୱାରା ନିର୍ମିତ ଆଖି ଲାଗିଯିବା ଭଳି ତାମିଲନାଡୁର ଆଦି ଯୋଗୀ ଶିବଙ୍କ ମୂର୍ତ୍ତି ସଦୃଶ ୭୫ଫୁଟର ସୂଉଚ୍ଚ ତୋରଣ ହୋଇଛି।


ପୂଜାକୁ ଅଧିକ ଶୃଙ୍ଖଳିତ ପାଇଁ ଚଳିତ ବର୍ଷ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପୂଜା ମଣ୍ଡପ ସହ ମୁଖ୍ୟ ଛକ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ଏବଂ ଭିଡକୁ ନିୟନ୍ତ୍ରଣ କରିବାକୁ ମୁଖ୍ୟ ଫୋକସ କରାଯାଇଛି ବୋଲି ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି, ସୁରପ୍ରତାପ ସ୍ମୃତି ପୀଠ (କୁଞ୍ଜକାନ୍ତ ମନ୍ଦିର ନିକଟ) , ପଲ୍ଲୀଶ୍ରୀ ମେଳା ପାର୍କିଂ ସ୍ପଟ, ସର୍କସ ପଡିଆ, ଓଭରବ୍ରିଜ ନିକଟରେ କାଳୀ ପଡିଆ, ଓ ଅଳସୁଆ ହାଟ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ପୋୖର ପାଳିକା ପକ୍ଷରୁ ବାଇକ ପାଇଁ ୧୦ ଟଙ୍କା ଓ କାର ପାଇଁ ୨୦ ଟଙ୍କା ପାର୍କିଂ ଦେୟ ଧାର୍ଯ୍ୟ କରାଯାଇଛି ।

new life
You might also like
error: Content is protected !!