News
WhatsApp Image 2023-10-04 at 17.25.00
samparksetu

ପାନୀୟଜଳ ଯୋଗାଣ ଦାବି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ମରାଙ୍ଗପାଳ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ପାଇଁ ଉତ୍କଳ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଉତ୍କଳ ସମାଜ ତରଫରୁ ସହର ସ୍ଥିତ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ର ବାହାରି ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ଠାରେ ପହଞ୍ଚିଥିଲା । ଗୋବିନ୍ଦପୁର ପଞ୍ଚାୟତ ମରାଙ୍ଗପାଳ ଗ୍ରାମକୁ ପାନୀୟ ଜଳଯୋଗାଣ ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସେପ୍ଟେମ୍ବର ୧ତାରିଖ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିବା ବେଳେ ତାହାର ସମାଧାନ ହୋଇପାରିଲା ନାହିଁ ।

ଦେଢମାସ ବିତିଯାଇ ଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ମାନେ ପାନୀୟ ଜଳ ଯୋଗୁ ସମସ୍ୟାରସମ୍ମୁଖୀନ ହେବା ସହିତ ବିଭିନ୍ନ ଜଳବାହିତ ରୋଗରେ ପିଡିତ ହେଉଛନ୍ତି । ଗ୍ରାମରେ ଏକ ମାସ ମଧ୍ୟରେ ଏକ ନଳକୂପ ଖନନ ସହିତ ଜଳ ସମସ୍ୟାର ସମାଧାନ କରାନଗଲେ ସମାଜ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏ ସଂକ୍ରାନ୍ତରେ ସମାଜର ସାଧାରଣ ସମ୍ପାଦକ ଭାସ୍କର ଜେନା,ଜିଲ୍ଲା ସଂଯୋଜକ ଉମାକାନ୍ତ ପରିଡା, ଶ୍ରୀକାନ୍ତ ନାୟକ, ସୁଭଦ୍ରା ପ୍ରଧାନଙ୍କ ସହିତ ଅନ୍ୟମାନେ ଏକ ଦାବିପତ୍ର ପ୍ରଦାନ କରିଛ୍‌ନ୍ତି ।

new life
You might also like
error: Content is protected !!