News
WhatsApp Image 2023-10-04 at 17.25.00
samparksetu

୬ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଢେଙ୍କାନାଳ ପାଇଁ ସୌମ୍ୟରଞ୍ଜନ, ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ବିଜୟ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ତାପୂର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଙ୍ଗଠନକୁ ମଜବୁତ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ସେହିପରି ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟୀତ୍ୱ ରେ ରହିଚନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ ଙ୍କୁ ସର୍ବାଧିକ ୭ଟି ଜିଲ୍ଲା ର ଦାୟିତ୍ୱ ଦିଆଯାଇଛି । ସୌମ୍ୟରଞ୍ଜନ ଙ୍କୁ ଢେଙ୍କାନାଳ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼ ଓ ଅନୁଗୋଳ ଓ ଜିଲ୍ଲା ଦାୟିତ୍ୱ ମଧ୍ୟ ଦିଆଯାଇଛି।

ସେହିପରି ୩୦ ଜିଲ୍ଲା ପାଇଁ ୩୦ ପର୍ଯ୍ୟବେକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି ଢେଙ୍କାନାଳ ଦାୟିତ୍ୱ ରେ ଅଛନ୍ତି ବିଜୟ ନାୟକ। ତେବେ ପୂର୍ବରୁ ମଧ୍ୟ ବିଜୟ ଏହି ସ୍ଥାନରେ ଥିବା ବେଳେ ବିଗତ ଦିନରେ ଲୋକପ୍ରିୟତା ବୃଦ୍ଧି ଯୋଗୁଁ ତାଙ୍କୁ ସେହି ସ୍ଥାନରେ ବଜାୟ ରଖାଯାଇଛି । ବିଜୟଙ୍କୁ ଏହି ଦାୟିତ୍ୱ ମିଳିବା ଖବର ପରେ ଜିଲ୍ଲା ଯୁବ ବିଜେଡି କର୍ମୀଙ୍କ ମନରେ ଢେର ଉତ୍ସାହ ଦେଖାଦେଇଛି । ସେହିପରି ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ନୂଆ ତାଲିକା ଅନୁଯାୟୀ ଢେଙ୍କାନାଳ ସଦର ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କୁ ବରଗଡ଼ ଏବଂ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଗଞ୍ଜାମ ଦାୟିତ୍ୱ ଦିଆଯାଇଥିବା ଜଣା ପଡ଼ିଛି ।

new life
You might also like
error: Content is protected !!