News
WhatsApp Image 2023-10-04 at 17.25.00
samparksetu

ହୃଦ ଘାତରେ ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନାଧିକାରୀଙ୍କ ହୃଦଘାତରେ ପରଲୋକ ଘଟିଛି । ଗତ କିଛି ଦନି ତଳେ ରାଉଲକେଲାରୁ ବଦଳି ହୋଇ ବୀରକିଶୋର ମଲ୍ଲିକ ପରଜଙ୍ଗ ଥାନାରେ ଯୋଗ ଦେଇଥିଲେ । ସେସରକାରୀ ବାସଭବନରେ ରହୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ଏସପି ଜ୍ଞାନରଞ୍ଜନ ମହାପାତ୍ର ଏବଂ ପୋଲିସ ଅଧିକାରୀ ମାନେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ବୋଲି ଜଣାପଡଛି ।

new life
You might also like
error: Content is protected !!