News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ତଳମୁହାଁ କରୋନା ଗ୍ରାଫ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କମିଲା କରୋନା ସଂକ୍ରମଣ ଗତ ତିନି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସର୍ବଶେଷ ସୂଚନା ମୁତାବକ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୯୧ ପ୍ରକାଶ ପାଇଛି । ଏଥିରେ ଘରୋଇ ସଂଙ୍ଗରୋଧରୁ ୮୨ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକରୁ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ରାସୋଳ, ଗୁଳେହିରୁ ୪ ଜଣ ଲେଖାଏଁ, କୁକୁଟା, ବାଙ୍କୁଆଳରୁ ୨ ଜଣ ଲେଖାଏଁ ଓ ସଞ୍ଜପଡା, ଝାରବେଡା, ଗିରିଧରପ୍ରସାଦ, ବେଡାପଡା, ଜରଡା, ଦୁଦୁରକୋଟ, କାରନ୍ଦା, କର୍ଣ୍ଣପୁର, କନ୍ତାମିଲା, ଜୟପଙ୍ଗା, ବଙ୍ଗୁ, ଖଜୁରିଆକଟା, ପାଟଲା, ମାଡୁଆ ନୂଆସାହି ର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟରୁ ୧୩ ଜଣ ସଂକ୍ରମିତ ଙ୍କ ମଧ୍ୟରୁ କୁଞ୍ଜକାନ୍ତର ୩ ଓ ଗଣେଶ ବଜାର, ଦକ୍ଷିଣକାଳୀ, କାଞ୍ଚନ ବଜାର, କାଲଟାକ୍ସ, ଲକ୍ଷ୍ମୀ ବଜାର, କାରିଗର ସାହି, ଗୁଡିଆନାଳୀ, ଟାଉନପ୍ଲାନିଙ୍ଗ, ରେଙ୍ଗାଳି କଲୋନୀ, ଦେଉଳ ସାହି ର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ବ୍ଲକର ୯ ଜଣ ହୋଇଥିଲା ବେଳେ ବିଜ୍ଞାପିତ ଅଞ୍ଚଳରୁ ସମାନ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି । ଏହି ବ୍ଲକର କନ୍ତିଓକାଟେଣୀ, ଅଁଳାବେରେଣୀ ର ୨ ଜଣ ଲେଖାଏଁ ଓ ଧୋବାବାହାଳି, ତୁମୁଁସିଙ୍ଗା, ରାୟନୃସିଂହପୁର, କାଦୁଆ, ଜଗନ୍ନାଥ ପୁରର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ସେହିପରି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର କାମାକ୍ଷାନଗର, ଜିରିଡାମାଳିର ୨ ଜଣ ଲେଖାଏଁ ଓ ନୂଆ ଆଳୁତୁମା, ମୁଣ୍ଡିଦେଉଳୀ, ପୋଷ୍ଟ ଅଫିସ, ଅନନ୍ତପୁର, ବାଉଁଶ ପାଳ ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନ ବ୍ଲକର କୁନିଦା ଓ ବେଣ୍ଟ ଶାଳିଆରୁ ଦୁଇ ଜଣ ଲେଖାଏଁ ଓ ବାଲିବୋ, ଭୁସଳ, ତାଳଗରଡା, ଜିରାଳର ଜଣେ ଲେଖାଏଁ ମୋଟ ୭ ଜଣ ଅଛନ୍ତି । ଓଡ଼ାପଡ଼ା ବ୍ଲକର ସଦର ଥାନା, ଗୁଣ୍ଡିଚାପଡା, ଚାଇଁପୁରପାଟଣା, ଚାଇଁପୁର, ହରିପୁର, ଟାଟାଷ୍ଟିଲ ର ଜଣେ ଲେଖାଏଁ ମୋଟ ୬ ଜଣ ସଂକ୍ରମିତ ହୋଇଛନ୍ତି ।

ପରଜଙ୍ଗ ବ୍ଲକ ଭେରୁଣିଆର ୩ଜଣ ଓ କୁମୁସି, ପଥରଖମ୍ବ, ପଦ୍ମପୋଖରୀ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ହିନ୍ଦୋଳ ଏନଏସିର ଏସଡିଏଚ ହିନ୍ଦୋଳର ୨, ନିଜିଗଡ, ଶରଧାପାର, ଅମଲାପଡାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ସଦର ବ୍ଲକର ସରଗପାଟଣା, ହରେକୃଷ୍ଣପୁର, ସଂସାଇଲୋ, ମଙ୍ଗଳପୁର, ମଣିପୁରର ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ, ଗଁଦିଆ ବ୍ଲକର ପିଙ୍ଗୁଆର ୩ ଜଣ, ସନ୍ଥପୁର, ଖଙ୍କିରା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ଓ ଚିକିତ୍ସିତଙ୍କ ସଂଖ୍ୟା ୧୨୫୬ ।

new life
You might also like
error: Content is protected !!