News
WhatsApp Image 2023-10-04 at 17.25.00
samparksetu

ମନରେଗା କାମରେ ଜେସିବି ମେସିନ ଓ ଟ୍ରାକ୍ଟର ବ୍ୟବହାର ଯୋଗୁଁ ଗ୍ରାମବାସୀଙ୍କ ବିରୋଧ

ଲୋକଙ୍କୁ କର୍ମନିଯୁକ୍ତି ଦେବା ପାଇଁ ମନରେଗା ଯୋଜନାରେ ବହୁତ କାମ ସରକାର ଯୋଗାଇ ଦେଉଛନ୍ତି କିନ୍ତୁ ସେହି କାମ ଲୋକ ପରିବର୍ତ୍ତେ ମେସିନ ବ୍ୟବହାର କରିବା କଥା କିଛି ନୂଆ ନୁହେଁ। ତେବେ ସରକାରୀ କର୍ମଚାରୀଙ୍କୁ ହାତର କରି ଏହାର ଫାଇଦା ଠିକାଦାର ଉଠାଉଛନ୍ତି।

ମେସିନ ସାହାଯ୍ୟରେ କାମ କରିବା ପରେ ଲୋକଙ୍କ ଠାରୁ ଜବକାର୍ଡ ସଂଗ୍ରହ କରି ବିଲ୍ ଉଠାଇ ନିଅନ୍ତି। ଏପରି ଅଭିଯୋଗ କରିଛନ୍ତି ସଦର ବ୍ଲକର ବଣସିଂ ପଞ୍ଚାୟତବାସୀ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁ ର ଖେଳ ପଡିଆର ଉନ୍ନତି ପାଇଁ ମନରେଗା ଯୋଜନାରେ ଅର୍ଥ ମଞ୍ଜୁର ହୋଇଥିଲା (କୋର୍ଡ ୨୪୦୭୦୦୧୦୦୩/AV/୧୦୪୫୨୬୩୦)। ତେବେ ଖେଳ ପଡିଆର କାମ ମେସିନ ସହାୟତାରେ ହେଉଥିବା ଭିଡିଓ ଚିତ୍ର ଉତ୍ତୋଳନ କରି ପଞ୍ଚାୟତବାସୀ ସଦର ବିଡ଼ିଓଙ୍କୁ ଅବଗତ କରିଛନ୍ତି।

କରୋନା ଯୋଗୁଁ ଦରଖାସ୍ତ ହ୍ବାଟସ ଆପ ମାଧ୍ୟମରେ ପଠାଇଛନ୍ତି। ଏ କାମ ର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ନିବେଦନ କରିଛନ୍ତି।

new life
You might also like
error: Content is protected !!