News
WhatsApp Image 2023-10-04 at 17.25.00
samparksetu

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଆକାଶ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଅନ୍ତର୍ଗତ ମାର୍ଥ।ପୁର ପଞ୍ଚାୟତର ଓଢଣା ଗ୍ରାମର କୁମା କଅଁର ଓ ବିରଞ୍ଚି କଅଁର ଙ୍କ ପୁତ୍ର ଆକାଶ କଅଁର (୧୬) ଜନ୍ମରୁ ଭିନ୍ନକ୍ଷମ ଅଟନ୍ତି । ସେ ଶତକଡା ୯୦ ଭାଗ ଭିନ୍ନକ୍ଷମ ଥିବାରୁ , ସେ ଚାଲିବାକୁ ସକ୍ଷମ ନୁହଁନ୍ତି ।ତେଣୁ ସେ ଜଣଙ୍କ ଉପରେ ନିର୍ଭର କରିଥାନ୍ତି ।

ଚାଲିପାରୁ ନଥିବାରୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ମା’ ଙ୍କ ଉପରେ ନିର୍ଭର କରନ୍ତି । ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ଆକାଶକୁ ସରକାରୀ ସହାୟତା ଏବଂ ଏକ ଟ୍ରାଇସାଇକେଲ ଦେବାପାଇଁ ମାଆ କୁମା ସରକାରଙ୍କୁ ନିଵେଦନ କରିଛନ୍ତି । ତେବେ ଏ ନେଇ ବ୍ଳକ୍ ପ୍ରଶାସନ ସହ ଯୋଗାଯୋଗ କରିବାରୁ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

new life
You might also like
error: Content is protected !!