News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳରେ ଆପ୍ ର କର୍ମୀ ସମାବେଶ

ହିନ୍ଦୋଳରେ ଆପ୍ ର କର୍ମୀ ସମିଳନୀ ରାତ୍ନେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୋଳ ନିର୍ବାଚନ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରିବା, ହିନ୍ଦୋଳ ବିଜ୍ଞାପିତ ଅଂଚଳ ଓ ବ୍ଲକର ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ଓ ସାଧାରଣ ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିଲେ ।

ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମୀ ମାନଙ୍କୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ଗୁଡିକ ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ଜିଲ୍ଲା ସମ୍ପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଆସନ୍ତା ମାର୍ଚ୍ଚ ତୃତୀୟ ସପ୍ତାହରେ ରାଜ୍ୟ ସଭାପତି ଏବଂ ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ଶ୍ରୀ ସଞ୍ଜୟ ସିଂହ ଙ୍କ ହିନ୍ଦୋଳ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ ।

ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଯୋଗଦେଇ କହିଥିଲେ ମହିଳା ମାନେ କେବଳ ଘରର ଚାରି କାନ୍ଥ ଭିତରେ ରହିବା ଉଚିତ ନୁହଁ ।

ଏହି ସରକାର ମାନେ ମହିଳା ସଶକ୍ତିକରଣ ନାମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କେବଳ ଋଣ ନୁହେଁ ତା ସାଙ୍ଗରେ ରୋଜଗାର ଦେବା ଉଚିତ । ବୈଠକରେ ମାନସୀ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଓଡାପଡା ବ୍ଲକ ସଂଯୋଜକ ରମେଶ ପଣ୍ଡା ଅତିଥି ପରିଚୟ କରାଇଥିଲେ । ଏହା ବ୍ୟତୀତ ବ୍ଲକ ମହିଳା ସଭା ନେତ୍ରୀ ଝୁନୁବାଳା ନାୟକ, ଇଂ ଗୋବର୍ଦ୍ଧନ ଶେଖର ନାଏକ, ଶ୍ରମିକ ନେତା ଗଣେଶ୍ୱର ବିଶ୍ୱାଳ, ଛାତ୍ର ନେତା ବିଶ୍ୱଜିତ ବରାଳ, ଜିଲ୍ଲା ଲିଗାଲ ସେଲ ଅଧ୍ୟକ୍ଷ ଆଇନଜୀବୀ ରଞ୍ଜନ ମିଶ୍ର ଓ ଶାନ୍ତନୁ ରାଉତ, ଓଡାପଡା ବ୍ଲକ ଉପସଭାପତି ଲକ୍ଷ୍ମଣ ନାଏକ, କୋଷାଧକ୍ଷ ଚକ୍ରଧର ତରାଇ, ମାୟାଧର ନାୟକ, ପଦ୍ମଚରଣ ନାୟକ, ମହେଶ୍ୱର ସାହୁ, ସନାତନ ନାଏକ, ଜିତୁ ନାୟକ ପ୍ରମୁଖ ଉଦବୋଧନ ଦେଇ ଥିଲେ । ଆଗାମୀ ଦିନରେ ହିନ୍ଦୋଳ ଅଂଚଳର ବିକାଶ . ଶିକ୍ଷା,ସ୍ୱାସ୍ଥ୍ୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କିପରି ପହଂଚିବ ସେଥିପାଇଁ ପାଇଁ କାମ କରିବା ପାଇଁ ନିଷ୍ପତି ନିଆଗଲା ।

ଶେଷରେ ବରିଷ୍ଠ ସଦସ୍ୟ ବିନୋଦ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡାପଡା ବ୍ଲକ, ହିନ୍ଦୋଳ ବ୍ଲକ ଓ ବିଜ୍ଞାପିତ ଅଂଚଳର ଶତାଧିକ କର୍ମୀ ଏହି ସମାବେଶରେ ଯୋଗଦାନ କରି ଥିଲେ ବୋଲି ଜିଲ୍ଲା ଆବାହକ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!