News
WhatsApp Image 2023-10-04 at 17.25.00
samparksetu

ବୋଝ

ବୋଝ ଏକ ପ୍ରୟାସ ଲାଭର
କର୍ତ୍ତବ୍ୟର ହେଉ ଅବା ହେଉ ଜିନିଷର ,
ଭଗବାନଙ୍କ ବିଚିତ୍ର ଷଡଯନ୍ତ୍ରର
ସତେ ଅବା ସଂଜ୍ଞାଟିଏ ଅଟେ ଜୀବନର ||
ସତେ ଅବା……
ସଂଜ୍ଞାଟିଏ ଅଟେ ଜୀବନର |

ଅସମୟେ ପରିହାସ
ସାଥେ ଥିଲେ ବୋଝ ,
ଜୀବନଟା ଶିକ୍ଷାହୀନ
ସାଥ ନଦେଲେ ବୋଝ ||

ଅସମୟେ ପରିହାସ
ସାଥେ ଥିଲେ ବୋଝ ,
ଜୀବନଟା ଶିକ୍ଷାହୀନ
ସାଥ ନଦେଲେ ବୋଝ ||

ବୋଝ ଅଟେ ଭାରାକ୍ରାନ୍ତ
ଅଟେ ସମସ୍ୟାର ବାର୍ତ୍ତା
ବୋଝ ଏକ ପଥପ୍ରାନ୍ତ
ଅଟେ ମନୁଷ୍ୟ ତାର କର୍ତ୍ତା ||

ବେକାର ଯୁବକ ସାଥେ ଚାକିରିର ବୋଝ
ସନ୍ତାନହୀନ ସାଥେ ମାତୃତ୍ଵର ବୋଝ ,
ବର୍ଷା ଦିନେ କୀଟଟିର ଖାଦ୍ୟ ସାଜେ ବୋଝ
କେବେପୁଣି ବାଟୋଇର ଖରା ସାଜେ ବୋଝ ||

ବେପାରୀର ମୁଣ୍ଡବ୍ୟଥା ଜିନିଷତା ବୋଝ
କେବେ ପୁଣି ଆଳସ୍ୟରେ ପରିବାର ବୋଝ ,
ହେଉଅଵା ସମସ୍ୟା ହେଉଅଵା ଭୋକ
ମନୁଷ୍ୟର ଚିନ୍ତା ସାଜେ ମାନସିକ ବୋଝ ||

ସ୍ରଷ୍ଟାଙ୍କର ଏ ଅଭିନବ ସୃଷ୍ଟି
ସଂସାର ଲୀଳାରେ କେତେକରେ ବୃଷ୍ଟି ||

ମାନବର ଅହରହ ପ୍ରୟାସ
ହେଲେ ହଟେନାହିଁ ବୋଝ ,
ସତେ ଅବା ଅନ୍ତରଙ୍ଗ ବନ୍ଧୁଟିଏ
ଶେଷ ନିସ୍ୱାଶଯାଏ ସାଥଦିଏ ବୋଝ ||
ଶେଷ ନିସ୍ୱାଶଯାଏ ସାଥଦିଏ ବୋଝ……….

new life
You might also like
error: Content is protected !!