News
WhatsApp Image 2023-10-04 at 17.25.00
samparksetu

ଆଜି ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ଖୋର୍ଦ୍ଧା, କଟକ, ଅନୁଗୋଳ, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ପ୍ରଭୁତି ଜିଲ୍ଲାଗୁଡିକରେ କରୋନା ସ୍ଥିତି ଭୟଙ୍କର ଥିବା ଜଣାପଡିଛି। ୩୦ ଜିଲ୍ଲାରୁ ୨୪ ଟି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି।

ଆମ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ଆଗାମୀ ଦୁଇ ବା ତିନି ଦିନ ମଧ୍ୟରେ ତିନି ଅଙ୍କ ଛୁଇଁବା ନିଶ୍ଚିତ ପରି ମନେ ହେଉଛି।

ଆଜି ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୩୩ ଜଣ । ଏହି ୩୩ ଜଣ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଂଙ୍ଗରୋଧରୁ ୨୪ ଜଣ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାର ହିନ୍ଦୋଳ ବ୍ଲକରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି। ଏହି ବ୍ଲକର କୁକୁଟା, ବାହାଲୁଣ୍ଡା, ମୁଣ୍ଡିଆ ପଶିରୁ ଦୁଇ ଜଣ ଲେଖାଏଁ ଓ ଖଲିବେରେଣା, ଇଶ୍ବରପାଳ, ସାନ ହିନ୍ଦୋଳରୁ ଜଣେ ଲେଖାଏଁ ଏହି ପରି ମୋଟ ୯ ଜଣ ଅଛନ୍ତି।

ଦ୍ବିତୀୟରେ ପର୍ଜଙ୍ଗ ବ୍ଲକର ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏହି ବ୍ଲକର ବଡଝରାରୁ ଦୁଇ ଜଣ ହୋଇଥିଲା ବେଳେ ଚାନ୍ଦପୁର, କଲଦା, ପାଣିଗେଙ୍ଗୁଟିଆରୁ ଜଣେ ଲେଖାଏଁ ମୋଟ ପାଞ୍ଚ ଜଣ ଅଛନ୍ତି।

ସଦର ବ୍ଲକ ର ନଗିଆପଶି, ମଙ୍ଗଳପୁର, କାମଧେନୁକୋଟ, କୋଇଲିପଙ୍ଗିରୁ ଜଣେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଲକ୍ଷ୍ମୀ ବଜାର, ଦେଉଳ ସାହି, କାଠଗଡା, ହାଟରୋଡ ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଭୁବନର କୁନିଦାରୁ ଦୁଇ ଓ ଦିଘୀରୁ ଜଣେ ସଂକ୍ରମିତ ହୋଇଛନ୍ତି। ତେବେ ଭୁବନ ଏନଏସିରୁ ଦୁଇ ଜଣ ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି।

କଙ୍କଡ଼ାହାଡ଼ ର ଖଜୁରିଆ ଓ କଣ୍ଟାପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଓଡ଼ାପଡ଼ା ବ୍ଲକର ଦୁଇ ଜଣ ହରିପୁର ଓ ଗୁଡିଆକାଟେଣୀର ହୋଇଥିଲା ବେଳେ କାମାକ୍ଷାନଗର କାଦୁଆ ରୁ ଜଣେ ଓ ଗଁଦିଆ ବ୍ଲକ ମନ୍ଦାରରୁ ଜଣେ ସଂକ୍ରମଣ ହୋଇଛନ୍ତି।

କରୋନାରୁ ସୁସ୍ଥ ହୋଇ ୩୩ ଜଣ ଘରକୁ ଫେରିଥିବା ବେଳେ ୧୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ଆମର ପଡୋଶୀ ଜିଲ୍ଲା କଟକ ଓ ଅନୁଗୋଳରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଆମେ ଜିଲ୍ଲାବାସୀ ସଚେତନ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ। ସମସ୍ତେ ସଚେତନ ରୁହନ୍ତୁ ଓ ମାସ୍କ ବ୍ୟବହାର କରିବା ସହ ନିଜକୁ ନିରାପଦ ରଖନ୍ତୁ ।

new life
You might also like
error: Content is protected !!