News
WhatsApp Image 2023-10-04 at 17.25.00
samparksetu

ବଚସାରୁ ସ୍ତ୍ରୀ ର ଆତ୍ମହତ୍ୟା, ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ !

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କପିସାହିରେ ଅଭାବନୀୟ ଘଟଣା ଘଟିଛି । ପତିପତ୍ନୀଙ୍କ କଲହରୁ ସ୍ତ୍ରୀ ର ଆତ୍ମହତ୍ୟା ଅନ୍ୟପଟେ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।

ସୂଚନା ଅନୁଯାୟୀ ସେହି ଗ୍ରାମର ଧ୍ରୁବଚରଣ ସାହୁଙ୍କ ପୁତ୍ରବଧୁ ତଥା ଆଲୋକ ସାହୁଙ୍କ ପତ୍ନୀ ବବିତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ବବିତାଙ୍କ ସ୍ବାମୀ ଅଲୋକଙ୍କ କହିବା ଅନୁଯାୟୀ ଆଜି ବ୍ୟାଙ୍କ ଯିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାରୁ ବବିତା ତାଙ୍କୁ ଏକ ପଟା ସହାୟତାରେ ଆଘାତ ଦେବାରୁ ତାଙ୍କ ପାଦରେ ଆଘାତ ଲାଗିଥିଲା ।

ତେବେ ଚିକିତ୍ସାନିମନ୍ତେ ସିଏ ଡାକ୍ତରଖାନା ଯାଇଥିବା ସମୟରେ ବବିତା ଆତ୍ମହତ୍ୟା କରିଛନ୍ତି ।

ଅନ୍ୟପଟେ ବବିତାଙ୍କ ସମ୍ପର୍କୀୟ କହିବା ଅନୁଯାୟୀ ତାଙ୍କୁ ହତ୍ୟା କରାଯାଇଛି । ଅନ୍ୟପଟେ ଉଭୟ ପାର୍ଶ୍ୱଙ୍କ ପ୍ରତିକ୍ରିୟା ସହ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!