News
WhatsApp Image 2023-10-04 at 17.25.00
samparksetu

ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିଷ୍ପତ୍ତି, ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା । ଜାରି ରହିତ ପରମ୍ପରା ହେଲେ ରାସ୍ତାକୁ ଆସିବା ମନା ଘରେ ରହି ପରିବାର ସହ ହୋଲି ଖେଳିପାରିବେ ହୋଲି ।

ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୋଭିଡ୍ ନିୟମ ମାନି ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଳଣ ହୋଇପାରିବ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବା ଆବଶ୍ୟକ ।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ମନ୍ଦିରରେ ସମସ୍ତ ପୂଜାର୍ଚ୍ଚନା ହୋଇପାରିବ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ତେବେ ନିର୍ଦ୍ଧେଶ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

new life
You might also like
error: Content is protected !!