News
WhatsApp Image 2023-10-04 at 17.25.00
samparksetu

ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ମାରିଲା ଦନ୍ତା

ଯୁବକଙ୍କୁ ମାରିଲା ଦନ୍ତା । ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଛି । ମୃତକ ହେଲେ କାମାକ୍ଷାନଗର  ମହାବୀରରୋଡ ରେଞ୍ଜ ଡମୋଳ ଗ୍ରାମର କମାର ବେହେରା।

ସୂଚନା ଅନୁଯାୟୀ , ଆଜି ସକାଳେ କମାର ଘର ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।

new life
You might also like
error: Content is protected !!