News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସଚେତନ ନାଗରିକ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଡି ସି ସି ପ୍ଲେ ସ୍କୁଲ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡ଼ୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ।

ତାଙ୍କର ମହାନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜିର ଦିନକୁ ଭାରତ ବର୍ଷ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ଫୋରମର ଜିଲ୍ଲା ମହିଳା ଶାଖା ସମ୍ପାଦିକା ପ୍ରିୟଦର୍ଶିନୀ ମହାପାତ୍ର, ନଗର ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ମହିଳା ଉପସଭାପତି ରିତାଞ୍ଜଳୀ ସାହୁ, ସହସମ୍ପାଦିକା ସୁଚିତ୍ରା ସିଂହ ପ୍ରମୁଖ ଯୋଗଦେଇ ଆଜିର ମହିଳା ଦିବସରେ ସରୋଜିନୀ ନାଇଡ଼ୁଙ୍କର ସ୍ମୃତି ଚାରଣ କରିଥିଲେ ।

new life
You might also like
error: Content is protected !!