News
WhatsApp Image 2023-10-04 at 17.25.00
samparksetu

ଥାନାଧିକାରିଣୀ-ଓକିଲ ସଙ୍ଘ ମୁହାଁମୁହିଁ ; କୋର୍ଟ ବର୍ଜନ କଲେ ଆଇନଜିବୀ,ଥାନାଧିକାରିଣୀଙ୍କୁ ବଦଳି ଦାବୀ

ଢେଙ୍କାନାଳ ଟାଉନ ଥାନାଧିକାରିଣୀ ଓ ଓକିଲ ସଙ୍ଘ ବିବାଦ ଏବେ ମୁହଁ।ମୁହିଁ ପରିସ୍ଥିତି ରେ ପହଞ୍ଚିଛି । ଓକିଲ ସଂଘକୁ
ବଦନାମ କରିବ। ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଓକିଲ ସଙ୍ଘ ପ୍ରକାଶ କରିବା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର,ନଚେତ କ୍ଷମା ପ୍ରାର୍ଥନା ଓ ଥାନାଧିକାରିଣୀ ଙ୍କୁ ବଦଳି ଦାବୀରେ ଓକିଲ ସଙ୍ଘ ୭ ଦିନ ପାଇଁ କୋର୍ଟ ବର୍ଜନ କରିବା ସହିତ ଏକ ଦାବୀ ପତ୍ର ଏସପିଙ୍କୁ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ , ଗତ ୪ ତାରିଖ ଦିନ ଜିଲ୍ଲା ବାର ଆସୋସିଏସନ ତରଫରୁ ବାଲେଶ୍ୱର ପୋଲିସ ଉପରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଓକିଲ ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଧସେଇ ପସିବାକୁ ଉଦ୍ୟମ କରୁଥବା ବେଳେ ସଙ୍ଘର ସଭାପତି ଓକିଲ ସଙ୍ଘର ସଭାପତି ସଞ୍ଜୟ କୁମାର ମିଶ୍ର ଏବଂ ସୁଧାଶୁଂ କୁମାର ଦଳେଇ ଥାନାଧିକାରିଣୀ ନମିତା ନାୟକଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ନେଇ ଥାନାଧିକାରିଣୀ ନମିତା ନାୟକ ଏସପି ଙ୍କୁ ଏକ ସାଧା କାଗଜରେ ଲିଖିତ ଅଭିଯାଗ କରିଥିଲେ ।

ତେବେ ଓକିଲ ସଙ୍ଘ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖିବା ସହିତ ତୁରନ୍ତ ମାମଲା ଟାଉନ ଥାନାରୁ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ବଦଳି କରିବା ସହିତ ଥାନାଧିକାରିଣୀଙ୍କ ଦାୟୀତ୍ୱ ହୀନତା ହେତୁ ଏଭଳି ଘଟଣା ଘଟିଲା ବୋଲି ସଙ୍ଘ ପ୍ରକାଶ କରିଛି ।

ଏହା ଦ୍ୱାରା ପୋଲିସ ଏବଂ ସଙ୍ଘ ପ୍ରଭାବିତ ହେଉଥିବା ବେଳେ ଓକିଲ ସଙ୍ଘ ଏବଂ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା
ପାଇଁ ତୁରନ୍ତ ତାଙ୍କୁ ବଦଳି କରାଯିବା ଦରକାର ବୋଲି ପ୍ରକାଶ ପାଇଛି ।

new life
You might also like
error: Content is protected !!