News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ଲୋଡିଲେ ପ୍ରମୋଦ

ଢେଙ୍କାନାଳ ଜିଲ୍ଲା ବିମ୍ବୋଳ ଗ୍ରାମର ଲେମ୍ବୁବାରି ସାହିରେ ରହୁଥିବା ପ୍ରମୋଦ ସାହୁ (୩୧) ଜଣେ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପରିବାର କହିଲେ ୨ପୁଅ ଓ ସ୍ତ୍ରୀ ସୁକାନ୍ତି ସାହୁ । ଏକ ଝାଟିମାଟି କୁଡିଆରେ ଏହି ପରିବାର ଦିନ କାଟନ୍ତି ।

୨୦୨୦ ଜାନୁଆରୀ ରେ ପ୍ରମୋଦ କାମ ସାରି ଘରକୁ ଫେରିଥିଲେ । ସାଇକେଲ ଘର ଭିତରେ ରଖିବା ବେଳେ ଅନ୍ଧାର ହେତୁ ଦୁଆର ବନ୍ଧରେ ଥିବା ଲୁହା କଣ୍ଟାଟି ଡାହାଣ ପାଖ ଆଣ୍ଠୁରେ ପଶି ଗଭୀର କ୍ଷତ ସୃଷ୍ଟି କରିଥିଲା ।

କୌଣସି ପତିଷେଧକ ନନେବାରୁ କ୍ଷତ ସ୍ଥାନ ଧୀରେ ଧୀରେ ପିଚିବା ଆରମ୍ଭ କଲା । ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା ପରେ ଶେଷରେ କଟକ ବଡ଼ ମେଡ଼ିକାଲ ଯାଇ ଅନେକ ଅର୍ଥ ଖର୍ଚ୍ଚ କରିଛନ୍ତି । ତାଙ୍କୁ ଡାକ୍ତର ପ୍ଲାଷ୍ଟିକ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥ ନଥିବାରୁ ଚିକିତ୍ସା ଅଟକି ରହିଛି । ଆର୍ଥିକ ସହାୟତା ପାଇଁ ଅନେଇ ବସିଛନ୍ତି ପ୍ରମିଦ ।

new life
You might also like
error: Content is protected !!