ଭୁବନ ତହସିଲ ର ପୂର୍ବତନ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡା ଙ୍କର ସଡକ ଦୁର୍ଘଟଣା ଦେହାନ୍ତ ହୋଇଯାଇଛି ।
ଢେଙ୍କାନାଳ ଷଡ଼ଙ୍ଗୀ ରାସ୍ତା ରେ ନିଜ ଘର ଗଁଦିଆ ବ୍ଲକ କାଶୀପୁର ଗ୍ରାମ ପଂଚାୟତ ଭାଲିଆପାଟ କୁ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ବିଳମ୍ବିତ ରାତିରେ କପିଳାସ ନିକଟରେ ହୋଇଥିଲା ଦୁର୍ଘଟଣା ।
ତାଙ୍କୁ ଗୁରୁତର ଅବସ୍ଥାରେ ଅଶ୍ୱିନୀ ହସ୍ପିଟାଲ କୁ ନିଆଯାଇ ଚିକିତ୍ସ କରାଯାଉଥିଲା ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଗତ ଦୁଇ ମାସ ପୂର୍ବରୁ ସେ ଭୁବନ ତହସିଲ ରୁ ଓଡାପଡା ତହସିଲ କୁ ବଦଳି ହୋଇଥିଲେ । ସେ ମୋଟଗାଁ ରାଜସ୍ବ ଅଧିକାରୀ ଭାବେ ଯୋଗ ଦେଇଥିଲେ । ଶ୍ରୀକାନ୍ତ ଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।