News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା ଦଦରା କୁଡିଆ ତଳେ ଜୀବନ ବିତାଉଛନ୍ତି ବିଧବା ଖୁଲଣା

ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ।ହେଲେ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିବା ଖୁଲଣା ପରିଡା ବୟସ (୭୪) ଭଙ୍ଗା ଚାଳଘରେ ପଡିରହିଛନ୍ତି ।

ଜମିବାଡି ନଥିବା ଖୁଲଣା ଙ୍କ ଉପରେ କୋଡ଼ିଏ ବର୍ଷ ହେଲା ଦଇବ ଦାଉ ସାଜିଛି ।ଯେଉଁଠି ଦଇବ ଦାଉ ସାଧୁଛି ସେଠି ଏ ମଣିଷ କଣ ବା କରି ପାରିବ ବୋଲି ଲୁହ ଭରା ଆଖିରେ କୁହନ୍ତି ଖୁଲଣା ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର କଣ୍ଟାସାହିର ସ୍ବର୍ଗତ ପ୍ରହଲ୍ଲାଦ ପରିଡାଙ୍କ ବିଧବା ପତ୍ନୀ ଖୁଲଣା ପରିଡା। ସ୍ତ୍ରୀ ପିଲା କୁଟୁମ୍ବ ଙ୍କୁ ନେଇ ମୂଲ ମଜୁରୀ କରି ଚଳି ଯାଉଥିଲେ ପ୍ରହଲ୍ଲାଦ। ଏକ ମାତ୍ର ପୁତ୍ର ଅରକ୍ଷିତ କୁ ହାତ କୁ ଦି ହାତ କରିବା ପୂର୍ବରୁ ସଂସାର ଛାଡିଦେଲେ ପ୍ରହଲ୍ଲାଦ।

ପୁଅର ଅରକ୍ଷିତ ବିବାହ କରିଥିଲେ କଙ୍କଡ଼ାହାଡ଼ ବ୍ଳକ ରହଣୀ ଗ୍ରାମରେ ସେ ବି ବେଶୀ ଦିନ ବଞ୍ଚିପାରିବାର ନାହିଁ। ଦେହ ଅସୁସ୍ଥ ହୋଇ ଆରପାରିକୁ ଚାଲିଗଲେ ।ଅରକ୍ଷିତ ଙ୍କ ମୃତ୍ଯୁ ବେଳକୁ ତାଙ୍କର ଏକମାତ୍ର ଝିଅ ବର୍ଷା, ଦୁଇ ବର୍ଷର ପୁଅ ଓ ପୁଅ ବାଳୁତ ମାତ୍ର ଆଠ ମାସର ହୋଇଥିଲେ ।ସ୍ତ୍ରୀ ସବିତାଙ୍କ ମୁଣ୍ଡରେ ଯେପରି ବଜ୍ର ପଡିଥିଲା ।ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କର ମୃତ୍ୟୁ ପରେ ବେସାହାରା ହୋଇପଡିଥିଲେ ଶାଶୁବୋହୁ।

ସ୍ବାମୀଙ୍କ ମୃତ୍ଯୁବରଣ ଆଠମାସ ବହୁ କଷ୍ଟରେ ଚଳିବା ପରେ ଭାଙ୍ଗି ପଡିଥିଲେ ସବିତା। ଦୁଇ ସନ୍ତାନ କୁ ଧରି ନିଜ ବାପଘର କୁ ଚାଲିଯାଇଥିଲେ ।ସେହିଦିନ ଠାରୁ ଶାଶୂ ଖୁଲଣା ଙ୍କ ଦୁଃଖ ଦ୍ବିଗୁଣିତ ହୋଇପଡିଛି ।ସରକାରୀ ସାହାଯ୍ଯ କହିଲେ ୫୦୦ ଟଙ୍କାର ଭତ୍ତା, ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଏବଂ ବେସାମରିକ ଯୋଗାଣ ବିଭାଗ ଦ୍ବାରା ରାସନକାର୍ଡ ରେ ୫ କିଲୋଗ୍ରାମ ଚାଉଳ ମିଳୁଛି ।

ପରଘରେ ମାଗି ଯେକୌଣସି ପ୍ରକାରରେ ଚଳି ଯାଉଛନ୍ତି ।ଘର ଖଣ୍ଡକ ଚାରି ବର୍ଷ ପୂର୍ବରୁ ଛପର ହୋଇଥିଲା ।ସରକାରଙ୍କ ଆବାସ ଯୋଜନା ନିମେନ୍ତ ୱାର୍ଡ ସଭ୍ଯ, ସରପଞ୍ଚ ଓ ବିଡିଓ ଙ୍କୁ କାହିଁ କେତେଥର ନେହୁରା ହେଲେବି ମିଳିପାରିନାହିଁ ଖଣ୍ଡିଏ ପକ୍କା ଘର ବୋଲି ଖୁଲଣା କହିଛନ୍ତି ।ତେବେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ଏ ନେଇ ସରପଞ୍ଚ ମାନିନୀ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ , ଖୁଲଣା କେବେବି ଦରଖାସ୍ତ କରିନାହାଁନ୍ତି। ଆଉ ବିନା ଦରଖାସ୍ତ ରେ ଘର ପ୍ରଦାନ ସମ୍ଭବ ନୁହେଁ।

new life
You might also like
error: Content is protected !!