News
WhatsApp Image 2023-10-04 at 17.25.00
samparksetu

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମାଧାନ ପାଇଁ ବୈଠକ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ସମବାୟ ସମିତି ଅଧିନରେ ପଞ୍ଜିକୃତ କରିଥିବା ଚାଷୀ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରି ନପାରି କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି।

ସୂଚନା ଥାଉ କି ପଞ୍ଜିକୃତ କରିଥିବା ଅର୍ଦ୍ଧାଧିକ ଚାଷୀ ବିକ୍ରି କରି ପାରି ନାହାଁନ୍ତି। ସମବାୟ ସମିତିର କର୍ମଚାରୀମାନଙ୍କ ଅସାଧୁ କାର୍ଯ୍ୟ ଯୋଗୁଁ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିଛି। ସମବାୟ ସମିତିର କର୍ମଚାରୀ ଦୁର୍ନୀତି ତଦନ୍ତ କରିବା ସହ ଆଗାମୀ ବର୍ଷରେ ବ୍ୟବସ୍ଥିତ ଉପାୟରେ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବେ ଆଲୋଚନା କରାଯାଇଥିଲା।

ବୈଠକରେ ଦୁର୍ନୀତି ସମ୍ପର୍କରେ ବିଧିବଦ୍ଧ ଭାବେ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ ଦାଖଲ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ଏଥିପାଇଁ ଏକ ଦଶ ଜଣିଆ କମିଟି ଗଠନ କରାଯାଇଛି। ଉପସ୍ଥିତ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ମାଧ୍ୟମରେ ଭିଜିଲାନ୍ସ, ଉଚ୍ଚ ନ୍ୟାୟାଳୟ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସକୁ ପଠାଇବା ପାଇଁ କମିଟିକୁ ଦାୟିତ୍ବ ଦିଆଯାଇଛି। କମିଟିରେ ଚନ୍ଦନ ଶେଖର ସାହୁ, ଶିବ ପ୍ରସାଦ ପଣ୍ଡା, ସୋମନାଥ ପରିଡ଼ା, ବ୍ରଜ ବିହାରୀ ସାହୁ, ମିଥୁନ ସାହୁ, ଧ୍ରୁବଚରଣ ରାଉତ, ଯୋଗୀନାଥ ସାହୁ, ସନ୍ତୋଷ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ରମେଶ ଚନ୍ଦ୍ର ସାହୁ ଓ ସାନ୍ତନୁ ଶତପଥୀଙ୍କୁ ସଦସ୍ୟ ରୂପେ ମନୋନୀତ କରାଯାଇଛି।

ଏହି ଅବସରରେ ଜିଲ୍ଲାର ବରିଷ୍ଠ ନାଗରିକ ପରିଷଦର ସଭାପତି ତଥା ଅବସରପ୍ରାପ୍ତ ବିଚାରପତି ଶ୍ରୀ ଦୁର୍ଗାଚରଣ ମିଶ୍ର, କବି ବାହାଦୁର ପାଟଶାଣୀ, ଶ୍ରୀ ପ୍ରମୋଦ ପ୍ରସାଦ ନନ୍ଦ, ଶ୍ରୀ ପଙ୍କଜ କୁମାର ନାୟକ, ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥି ଯୋଗ ଦେଇଥିଲେ। ସଭା ପରିଚାଳନା ଶ୍ରୀ ସରୋଜ କୁମାର ସତପଥି କରିଥିବା ବେଳେ ଜିତେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!