News
WhatsApp Image 2023-10-04 at 17.25.00
samparksetu

ଆସନ୍ତା କାଲି ମହା ଶିବରାତ୍ରୀ ;ପ୍ରସିଦ୍ଧ ଶୈବପୀଠ କପିଳାସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ମହା ଶିବରାତ୍ରୀ ପାଇଁ ସଜେଇ ହେଉଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ। କରୋନା କଟକଣା ରହିଥିବାରୁ ବାହାର ଜିଲ୍ଲାର ଭକ୍ତ ପାଇଁ ପ୍ରତିବନ୍ଧକ ରହିଛି। ତଥାପି ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆବେଗ ଭରି ରହିଛି। ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ସେବାୟତମାନେ ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର, ମା ପାର୍ବତୀଙ୍କ ମନ୍ଦିର, ନାରାୟଣଙ୍କ ମନ୍ଦିର, ବିଶ୍ବନାଥଙ୍କ ମନ୍ଦିର, ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଓ ମୁଖଶାଳା ପ୍ରଭୁତି ରଙ୍ଗ ଲେପନ କରାଯାଇଛି। ପୀଠର ଆଲୋକିକରଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବାରବାଙ୍କରେ ଦଶଟି, ମନ୍ଦିର ପାଖରେ ଦୁଇଟି ଓ ପାହାଚରେ ଚାରୋଟି ଜେନେରେଟର ବ୍ୟବସ୍ଥା କରାଯାଇଛି। ଉନ୍ନତ ମୂଳକ ଶୌଚାଳୟ ନିର୍ମାଣ ହୋଇଛି । ପାନୀୟ ଜଳ ସମସ୍ୟା ପାଇଁ ୧ ଲକ୍ଷ ବିଶିଷ୍ଟ ପାଣିଟାଙ୍କି ର ବ୍ୟବସ୍ଥା ହୋଇଛି ।

ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ବାରିକେଟ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି। କଟକଣାକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନେ ନଆସିବାକୁ ପରାମର୍ଶ ଦିଆଯାଇଛି ।

ପୀଠକୁ ପ୍ଲାଷ୍ଟିକ ବା ପଲିଥିନ ଜରିରେ ଭୋଗ ନେବାକୁ ନିଷିଦ୍ଧ ହୋଇଛି। ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିବେଦନ କରାଯାଇଛି।

new life
You might also like
error: Content is protected !!